ଉଷାରାଣୀ ପଣ୍ଡା
ଜଳ ସ୍ଥଳ ବନ ଗିରି
ସଲିଳ ସାଗର
ତରୁଲତା ପଶୁପକ୍ଷୀ
ଏ ସାରା ସଂସାର ।
ତୁମ ଅବଦାନେ ପ୍ରଭୁ
ଜୀବ ସଞ୍ଜୀବିତ
ଇଙ୍ଗିତରେ ଚନ୍ଦ୍ର ସୂର୍ଯ୍ୟ
ହୋ'ନ୍ତି ପ୍ରତିଭାତ ।
ବ୍ୟାପି ଅଛ ପ୍ରଭୁ ତୁମେ
ବିଶ୍ବ ଚରାଚର
ଭାବରେ ନିକଟ କର
ଅଭାବକୁ ଦୂର ।
ନର ରୂପେ ସୃଷ୍ଟି ହେଲି
ସଂଜ୍ଞା ମୋ' ଦୁର୍ଲଭ
ଅନ୍ବେଷି ତୃପ୍ତିର ଆଶେ
ବଢାଇଲି ଲୋଭ ।
ଆକ୍ରାନ୍ତ କରନ୍ତି ଉଗ୍ର
ପ୍ରବୃତ୍ତି ସମୂହ
ସଂସାର ବନ୍ଧନ ପ୍ରାୟ
ହେଲା ଦୁର୍ବିସହ ।
ଯାତନାର ଜତୁଘରେ
ନିରୁତ୍ସାହ ପ୍ରାଣ
ଭାବିଲି ବିଅର୍ଥ ହେଲା
ଅମୂଲ୍ୟ ଜୀବନ ।
ଆଢୁଆଳୁ ଜଣେ କେହି
କହେ ମୋ' କାନରେ
ଦେହଧାରୀ ଜୀବ କେହି
ରହେ ଶାଶ୍ବତରେ ।
ମୁଁ କାହୁଁ ଜାଣିବି ମୂଢ
ଏ ଗୂଢ ରହସ୍ୟ
ବିଷୟାବିଷରେ ଧନ୍ଦି
କରୁଥିଲି ହାସ୍ୟ ।
ସୋମପେଣ୍ଠ - ଆନ୍ଧ୍ରପ୍ରଦେଶ
ଜୟ ସାହିତ୍ୟ, ଜୟ ସମାଜ
ଜଳ ସ୍ଥଳ ବନ ଗିରି
ସଲିଳ ସାଗର
ତରୁଲତା ପଶୁପକ୍ଷୀ
ଏ ସାରା ସଂସାର ।
ତୁମ ଅବଦାନେ ପ୍ରଭୁ
ଜୀବ ସଞ୍ଜୀବିତ
ଇଙ୍ଗିତରେ ଚନ୍ଦ୍ର ସୂର୍ଯ୍ୟ
ହୋ'ନ୍ତି ପ୍ରତିଭାତ ।
ବ୍ୟାପି ଅଛ ପ୍ରଭୁ ତୁମେ
ବିଶ୍ବ ଚରାଚର
ଭାବରେ ନିକଟ କର
ଅଭାବକୁ ଦୂର ।
ନର ରୂପେ ସୃଷ୍ଟି ହେଲି
ସଂଜ୍ଞା ମୋ' ଦୁର୍ଲଭ
ଅନ୍ବେଷି ତୃପ୍ତିର ଆଶେ
ବଢାଇଲି ଲୋଭ ।
ଆକ୍ରାନ୍ତ କରନ୍ତି ଉଗ୍ର
ପ୍ରବୃତ୍ତି ସମୂହ
ସଂସାର ବନ୍ଧନ ପ୍ରାୟ
ହେଲା ଦୁର୍ବିସହ ।
ଯାତନାର ଜତୁଘରେ
ନିରୁତ୍ସାହ ପ୍ରାଣ
ଭାବିଲି ବିଅର୍ଥ ହେଲା
ଅମୂଲ୍ୟ ଜୀବନ ।
ଆଢୁଆଳୁ ଜଣେ କେହି
କହେ ମୋ' କାନରେ
ଦେହଧାରୀ ଜୀବ କେହି
ରହେ ଶାଶ୍ବତରେ ।
ମୁଁ କାହୁଁ ଜାଣିବି ମୂଢ
ଏ ଗୂଢ ରହସ୍ୟ
ବିଷୟାବିଷରେ ଧନ୍ଦି
କରୁଥିଲି ହାସ୍ୟ ।
ସୋମପେଣ୍ଠ - ଆନ୍ଧ୍ରପ୍ରଦେଶ
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।