ନରେନ୍ଦ୍ର ପ୍ରସାଦ ବେହେରା
ସବୁ ପିଲାର ଗାର୍ଡିଆନ ଦିନେ
ଗଲେ ଏକଜୁଟ ହୋଇ
କହିଲେ ଯାଇ ହେଡ୍ ମାଷ୍ଟରଙ୍କୁ
(ଆମଶିଶୁ)ବସ୍ତାନି ବୋହି ନ ପାରଇ ।
ବେଳକୁ ବେଳ ବସ୍ତାନି ପିଲାର
ଓଜନ କାହିଁକି ବଢଇ
ଦୟାକରି ଦିଅନ୍ତୁ ତ ବୁଝାଇ
ମୁଖକୁ ରହିଛୁ ଅନାଇଁ ।
ଶିକ୍ଷକ ଅଭାବେ ଏ ବିଦ୍ଯାଳୟେ
ଶିକ୍ଷା ତ ଯାଉଛି ପଛେଇ
ବିଷୟ ଜନିତ ଶିକ୍ଷକ ନାହିଁ ତ
ପଢା ଯେ କେମିତି ଚାଲଇ ।
କେମିତି ଆମ୍ଭଙ୍କର ପିଲା ଦିନେ
ସମାଜରେ ମଣିଷ ହୋଇ
କିପରି ରଖିବ ନାଆଁ ଦେଶର
ଆମ୍ଭଙ୍କୁ ଦିଅନ୍ତୁ ବୁଝାଇ ।
ଦଣ୍ଡମୁକ୍ତ ଅଞ୍ଚଳରେ ଯେତେକ ଦଣ୍ଡ
ଭାର ବଢି ବଢି ଚାଲଇ
ଆଉ ନ ପାରିବୁ ସହି ଏକଥା
ଚାରିଆଡେ ଦେବୁ ବିଛାଇ ।
ଶୁଣିଣ କହିଲେ ହେଡ ମାଷ୍ଟର
ଏ ଦୋଷ ମୋର ତ ନୁହଁଇ
ସରକାର କରୁଛନ୍ତି ଆଇନ
ପଚାରିଲେ ଦେବେ ବୁଝାଇ ।।
ଆଳଦା -ଖଇରା - ବାଲେଶ୍ବର
ଟିଙ୍ଗି ଟିଙ୍ଗି - ୯୮୫୩୧୪୨୫୧୦
ଜୟ ସାହିତ୍ଯ ଜୟ ସମାଜ
ସବୁ ପିଲାର ଗାର୍ଡିଆନ ଦିନେ
ଗଲେ ଏକଜୁଟ ହୋଇ
କହିଲେ ଯାଇ ହେଡ୍ ମାଷ୍ଟରଙ୍କୁ
(ଆମଶିଶୁ)ବସ୍ତାନି ବୋହି ନ ପାରଇ ।
ବେଳକୁ ବେଳ ବସ୍ତାନି ପିଲାର
ଓଜନ କାହିଁକି ବଢଇ
ଦୟାକରି ଦିଅନ୍ତୁ ତ ବୁଝାଇ
ମୁଖକୁ ରହିଛୁ ଅନାଇଁ ।
ଶିକ୍ଷକ ଅଭାବେ ଏ ବିଦ୍ଯାଳୟେ
ଶିକ୍ଷା ତ ଯାଉଛି ପଛେଇ
ବିଷୟ ଜନିତ ଶିକ୍ଷକ ନାହିଁ ତ
ପଢା ଯେ କେମିତି ଚାଲଇ ।
କେମିତି ଆମ୍ଭଙ୍କର ପିଲା ଦିନେ
ସମାଜରେ ମଣିଷ ହୋଇ
କିପରି ରଖିବ ନାଆଁ ଦେଶର
ଆମ୍ଭଙ୍କୁ ଦିଅନ୍ତୁ ବୁଝାଇ ।
ଦଣ୍ଡମୁକ୍ତ ଅଞ୍ଚଳରେ ଯେତେକ ଦଣ୍ଡ
ଭାର ବଢି ବଢି ଚାଲଇ
ଆଉ ନ ପାରିବୁ ସହି ଏକଥା
ଚାରିଆଡେ ଦେବୁ ବିଛାଇ ।
ଶୁଣିଣ କହିଲେ ହେଡ ମାଷ୍ଟର
ଏ ଦୋଷ ମୋର ତ ନୁହଁଇ
ସରକାର କରୁଛନ୍ତି ଆଇନ
ପଚାରିଲେ ଦେବେ ବୁଝାଇ ।।
ଆଳଦା -ଖଇରା - ବାଲେଶ୍ବର
ଟିଙ୍ଗି ଟିଙ୍ଗି - ୯୮୫୩୧୪୨୫୧୦
ଜୟ ସାହିତ୍ଯ ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।