ଚ଼ତୁର୍ଭୁଜ ସାହୁ

ଦୟାଦ କି କେବେ ଭୁଲି ଯାଇପାରେ
ବାଲ୍ୟଚପଳତା ସ୍ମୃତି
ଯେଉଁଠି ରହିଛି ତା'ର ଷଠିଘର
ପିଲାଦିନ ଅନୁଭୂତି ।।
ଯେଉଁ ଗାଁ ଦାଣ୍ଡେ ଖେଳୁଥିଲା ଧୂଳି
ବୋହୂ ଚୋରି ବାଡି ଡିଆଁ
ଯେଉଁଠି ଯେମିତି ଥିଲେ ବି ମଣିଷ
ଅଲିଭା ସେଦିନ କିଆଁ ।।
କେତେ ଯେ ପରବ ଗାଁର ଗରବ
ସବୁ ଲାଗେ ନୂଆ ନୂଆ
ଯୌଥ ପରିବାର ହଜି ହଜି ଯାଏ
ହଜି ଯାଏ ତା' ଦୁନିଆ ।।
ମାନସିକତାର ପରିବର୍ତ୍ତନରେ
ଗାଁରୁ ସହରୀ ହୁଏ
ସହର କି କେବେ ଦେଇଛି ସୁଖ
ଭଲ-ମନ୍ଦ ପୁଚ୍ଛେ କିଏ ??
ମା' - ମାଟି ଆଉ ମଣିଷ ଭିତରେ
ନିଜକୁ ଭୁଲିଯାଏ
ଟଙ୍କାର ପାହାଡ ଲାଗେ ସିନା ଛୋଟ
ସ୍ଥିତି ତା'ର ହଜି ଯାଏ ।।
ଶୁଭ ଶଙ୍ଖ ଧ୍ବନି ମନ୍ତ୍ର ଆବାହନୀ
ସଞ୍ଜର ଘଣ୍ଟ ଘଣ୍ଟା
ପ୍ରତି ମୁହୂର୍ତ୍ତରେ ଡାକେ ଗାଁ ମାଟି
ଯେଉଁଠି ହେଲେ ବି ଠିଆ ।।
ଦୟାଦ ଭୁଲଇ ଗାଁର ମମତା
ଅଜା-ଆଈ-ବାପ-ମାଆ
ମଣିଷ ହାଟରେ କୁହ ଭାଇ ସତ
କିଏ ସେ ହୋଇଛି ସାହା ।।
ସୁଖ ଖୋଜି ଖୋଜି ପ୍ରତି ମୁହୂର୍ତ୍ତରେ
ବେସାହାରା ହୋଇଯାଏ
ମନେ ପଡେ ସେହି ଗାଁର ମମତା
ତା' ସଙ୍ଗୀ କେହି ନୁହେଁ ।।
ଆତ୍ମ ବଡିମାରେ ଫାଟି ପଡେ ଛାତି
ବଡ ବଡିଆଙ୍କ କଥା
ଅପୂଜା ରହନ୍ତି ମାଟିର ମଣିଷ
ମନରେ ପଡେନି ହେଜା ।।
ଯେଉଁ ମାଁ ଡାକ ମଝି ଦାଣ୍ଡେ ଶୁଭେ
କାହିଗଲୁ ବାପା ଧନ
ସେ ମାଆ ସେ ଗାଆଁ ଅପରାଧୀ ଭଳି
ଲାଗଇ ଆଜି ଶ୍ରୀହୀନ ।।
ଯା' ମାଟି ପାଣି ପବନରେ ଦିନେ
ଛୋଟରୁ ହୋଇଛି ବଡ
ସେଇ ମାଆ ମାଟି ପାଣି ପବନ
ଦୁର୍ବିସହ କାନ୍ଥ ବାଡ ।।
ତଥାପି ଅନାଇ ରହିଥାଏ ତୋତେ
ଏଇ ଗାଆଁ ଦାଣ୍ଡ ପଥ
ନିଷ୍ଠୁର ହୋଇ ଦେଖିବାକୁ ଚାହେଁ
ଜୀବନ ଅନ୍ତିମ ଯାତ ।।
ଖଇ କଉଡିରେ ରାମ ନାମ ଗାଇ
ଏ ଦାଣ୍ଡରେ ହେଲେ ବୁହା
ଅସଲ ଦୟାଦ ହୋଇ ତୁ ପାରିବୁ
ରହିବ ସେ ଗାଆଁ ନାଆଁ ।।
ଲଙ୍ଗଳା ହୋଇ ଆସିଥିଲୁ ବୋଲି
ଡାକୁଥିଲୁ କୁଆଁ କୁଆଁ
ଭଲ କାମ କଲେ ଲଙ୍ଗଳା ହୋଇ
ସେ ଗାଁ ଦାଣ୍ଡେ ହେବୁ ବୁହା ।।
ପୁଅ ନାତି ତୋର ଦୀପ ଜାଳି ଦେଇ
ଡାକିବେ ବଡବଡୁଆ
ଆଲୋକରେ ଆସି ଦେଖିଯାଅ ଥରେ
ଆତ୍ମାପଥ ଅନ୍ଧାରୁଆ ।।
ତୁ ନ ଆସିଲେ ତୁ ନ ଡାକିଲେ
ଆତ୍ମା କି ପାଇବ ଶାନ୍ତି
ଅସଲ ଦୟାଦ ଆସ ହେ ଗାଁ କୁ
ମନୁ ଭୁଲି ଭୟ ଭ୍ରାନ୍ତି ।।
ଭୁଲିଯିବୁ ନାହିଁ ଅତୀତ ର ସ୍ମୃତି
କଷାୟିତ ହୃଦୟକୁ
କେହି ବୋହିବେନି କର୍ମଫଳ ତୋର
ଆପେ ହେବ ବଞ୍ଚିବାକୁ ।।
ମା' ମାଟି ମଣିଷ ଜୀବନ୍ତ ଈଶ୍ବର
ଭୁଲିବୁନି କେବେ ତାରେ
କିଏ ବା ଜିତିଛି ଜୀବନର ବାଜି
ଭୁଲି ତାଙ୍କୁ ଜୀବନରେ ??
ଆଜି ଯେଉଁ ହସ ଝଟକୁଛି ମୁଖେ
ହୁଏ ତ ନଥିବ କାଲି
କଲାକର୍ମ ତୋର ବେଦର ଗାର
ବନ୍ଧା ସେ ଭାଗ୍ୟ ଡୋରି ।।
ଅମର ଲଭିଛି ନିଶ୍ଚେ ସେହି ଜନ
ପିତା-ମାତା ସେବା କରି
କାଲି ତୋ' ଦୟାଦ ଅବଶ୍ୟ ପୂଜିବେ
ଭକତି କୁସୁମ ଧରି ।।
ଯେଉଁଠାରେ ଥାଆ ଆରେ ମୁଢମତି
ଫୁଲାଇ ପାରିବୁ ଛାତି
ଜନମ ମାଟିର ବାସ୍ନାରେ ପରା
ଆଶାର ଅମରାବତୀ ।।
ଅପୂଜା ରଖନା ମନେ ଗର୍ବବହି
ତୁଟାଇ ସମ୍ପର୍କ ମୋହ
ମରିଗଲେ ବାବୁ ହୋଇଯିବୁ ଶବ
ଅଛୁଆଁ ହେବ ଏ ଦେହ ।।
ବୁଝିବାକୁ ଥରେ ଆଣ୍ଟ ବାନ୍ଧିବୁ
ବାଲ୍ୟକାଳ ଅନୁଭୂତି
ଯିଏ ବି ବୁଝିଛି ନିଶ୍ଚୟ ପାଇଛି
ମଣିଷ ଜନମେ ଶାନ୍ତି ।।
ଗର୍ବ ଅହଙ୍କାର ପ୍ରତିପତ୍ତି ପାଶେ
କାଳ କିବା ହାରିଯାଏ ?
କାଳ ହାତେ ପରା ବନ୍ଧା ତୋ'ଡୋରି
କଥା କାଳକାଳ ରହେ ।।
ମାନି ଯା' ମନୁଆ ମଣିଷ ଜୀବନ
ଦୁଇଟି ନିଆଁର ଖେଳ
ଅସଲ ଦୟାଦ ଭୁଲନା ଅତୀତ
ସରି ଯିବ ବେଳକାଳ ।।
ବାପ ଛାତି କୋହ ମାଆ ଆଖି ଲୁହ
ଗାଆଁ ମଝି ଧର୍ମ ଦାଣ୍ଡ
ପାପ ପୂଣ୍ୟର ନିକିତିରେ ନିଶ୍ଚେ
ପରଖିବେ ମାନଦଣ୍ଡ ।।
ଜାଗ୍ରତ ହୁଏ ଭୁଲିଯାଅ ନାହିଁ
ବଡବଡୁଆ ଙ୍କ ସ୍ବପ୍ନ
ତାଙ୍କରି ଆଶୀଷେ ପୂର୍ଣ୍ଣ ତୋ'ଥାଳ
ହସୁଛି ତୋର ଜୀବନ ।।
ଅସଲ ଦୟାଦ ଭୁଲିଯାଅ ନାହିଁ
ପିତୃଋଣ ସୁଝ ପଣେ
ଆଲୋକର ପର୍ବ କରୁ ଆଲୋକିତ
ହସ ଫେରୁ ତୋ'ଜୀବନେ ।।
************************
ଓଷ୍କାପାଲି-ରାଜକିଶୋର ନଗର-ଅନୁଗୁଳ
ଜୟ ସାହିତ୍ଯ ଜୟ ସମାଜ

ଦୟାଦ କି କେବେ ଭୁଲି ଯାଇପାରେ
ବାଲ୍ୟଚପଳତା ସ୍ମୃତି
ଯେଉଁଠି ରହିଛି ତା'ର ଷଠିଘର
ପିଲାଦିନ ଅନୁଭୂତି ।।
ଯେଉଁ ଗାଁ ଦାଣ୍ଡେ ଖେଳୁଥିଲା ଧୂଳି
ବୋହୂ ଚୋରି ବାଡି ଡିଆଁ
ଯେଉଁଠି ଯେମିତି ଥିଲେ ବି ମଣିଷ
ଅଲିଭା ସେଦିନ କିଆଁ ।।
କେତେ ଯେ ପରବ ଗାଁର ଗରବ
ସବୁ ଲାଗେ ନୂଆ ନୂଆ
ଯୌଥ ପରିବାର ହଜି ହଜି ଯାଏ
ହଜି ଯାଏ ତା' ଦୁନିଆ ।।
ମାନସିକତାର ପରିବର୍ତ୍ତନରେ
ଗାଁରୁ ସହରୀ ହୁଏ
ସହର କି କେବେ ଦେଇଛି ସୁଖ
ଭଲ-ମନ୍ଦ ପୁଚ୍ଛେ କିଏ ??
ମା' - ମାଟି ଆଉ ମଣିଷ ଭିତରେ
ନିଜକୁ ଭୁଲିଯାଏ
ଟଙ୍କାର ପାହାଡ ଲାଗେ ସିନା ଛୋଟ
ସ୍ଥିତି ତା'ର ହଜି ଯାଏ ।।
ଶୁଭ ଶଙ୍ଖ ଧ୍ବନି ମନ୍ତ୍ର ଆବାହନୀ
ସଞ୍ଜର ଘଣ୍ଟ ଘଣ୍ଟା
ପ୍ରତି ମୁହୂର୍ତ୍ତରେ ଡାକେ ଗାଁ ମାଟି
ଯେଉଁଠି ହେଲେ ବି ଠିଆ ।।
ଦୟାଦ ଭୁଲଇ ଗାଁର ମମତା
ଅଜା-ଆଈ-ବାପ-ମାଆ
ମଣିଷ ହାଟରେ କୁହ ଭାଇ ସତ
କିଏ ସେ ହୋଇଛି ସାହା ।।
ସୁଖ ଖୋଜି ଖୋଜି ପ୍ରତି ମୁହୂର୍ତ୍ତରେ
ବେସାହାରା ହୋଇଯାଏ
ମନେ ପଡେ ସେହି ଗାଁର ମମତା
ତା' ସଙ୍ଗୀ କେହି ନୁହେଁ ।।
ଆତ୍ମ ବଡିମାରେ ଫାଟି ପଡେ ଛାତି
ବଡ ବଡିଆଙ୍କ କଥା
ଅପୂଜା ରହନ୍ତି ମାଟିର ମଣିଷ
ମନରେ ପଡେନି ହେଜା ।।
ଯେଉଁ ମାଁ ଡାକ ମଝି ଦାଣ୍ଡେ ଶୁଭେ
କାହିଗଲୁ ବାପା ଧନ
ସେ ମାଆ ସେ ଗାଆଁ ଅପରାଧୀ ଭଳି
ଲାଗଇ ଆଜି ଶ୍ରୀହୀନ ।।
ଯା' ମାଟି ପାଣି ପବନରେ ଦିନେ
ଛୋଟରୁ ହୋଇଛି ବଡ
ସେଇ ମାଆ ମାଟି ପାଣି ପବନ
ଦୁର୍ବିସହ କାନ୍ଥ ବାଡ ।।
ତଥାପି ଅନାଇ ରହିଥାଏ ତୋତେ
ଏଇ ଗାଆଁ ଦାଣ୍ଡ ପଥ
ନିଷ୍ଠୁର ହୋଇ ଦେଖିବାକୁ ଚାହେଁ
ଜୀବନ ଅନ୍ତିମ ଯାତ ।।
ଖଇ କଉଡିରେ ରାମ ନାମ ଗାଇ
ଏ ଦାଣ୍ଡରେ ହେଲେ ବୁହା
ଅସଲ ଦୟାଦ ହୋଇ ତୁ ପାରିବୁ
ରହିବ ସେ ଗାଆଁ ନାଆଁ ।।
ଲଙ୍ଗଳା ହୋଇ ଆସିଥିଲୁ ବୋଲି
ଡାକୁଥିଲୁ କୁଆଁ କୁଆଁ
ଭଲ କାମ କଲେ ଲଙ୍ଗଳା ହୋଇ
ସେ ଗାଁ ଦାଣ୍ଡେ ହେବୁ ବୁହା ।।
ପୁଅ ନାତି ତୋର ଦୀପ ଜାଳି ଦେଇ
ଡାକିବେ ବଡବଡୁଆ
ଆଲୋକରେ ଆସି ଦେଖିଯାଅ ଥରେ
ଆତ୍ମାପଥ ଅନ୍ଧାରୁଆ ।।
ତୁ ନ ଆସିଲେ ତୁ ନ ଡାକିଲେ
ଆତ୍ମା କି ପାଇବ ଶାନ୍ତି
ଅସଲ ଦୟାଦ ଆସ ହେ ଗାଁ କୁ
ମନୁ ଭୁଲି ଭୟ ଭ୍ରାନ୍ତି ।।
ଭୁଲିଯିବୁ ନାହିଁ ଅତୀତ ର ସ୍ମୃତି
କଷାୟିତ ହୃଦୟକୁ
କେହି ବୋହିବେନି କର୍ମଫଳ ତୋର
ଆପେ ହେବ ବଞ୍ଚିବାକୁ ।।
ମା' ମାଟି ମଣିଷ ଜୀବନ୍ତ ଈଶ୍ବର
ଭୁଲିବୁନି କେବେ ତାରେ
କିଏ ବା ଜିତିଛି ଜୀବନର ବାଜି
ଭୁଲି ତାଙ୍କୁ ଜୀବନରେ ??
ଆଜି ଯେଉଁ ହସ ଝଟକୁଛି ମୁଖେ
ହୁଏ ତ ନଥିବ କାଲି
କଲାକର୍ମ ତୋର ବେଦର ଗାର
ବନ୍ଧା ସେ ଭାଗ୍ୟ ଡୋରି ।।
ଅମର ଲଭିଛି ନିଶ୍ଚେ ସେହି ଜନ
ପିତା-ମାତା ସେବା କରି
କାଲି ତୋ' ଦୟାଦ ଅବଶ୍ୟ ପୂଜିବେ
ଭକତି କୁସୁମ ଧରି ।।
ଯେଉଁଠାରେ ଥାଆ ଆରେ ମୁଢମତି
ଫୁଲାଇ ପାରିବୁ ଛାତି
ଜନମ ମାଟିର ବାସ୍ନାରେ ପରା
ଆଶାର ଅମରାବତୀ ।।
ଅପୂଜା ରଖନା ମନେ ଗର୍ବବହି
ତୁଟାଇ ସମ୍ପର୍କ ମୋହ
ମରିଗଲେ ବାବୁ ହୋଇଯିବୁ ଶବ
ଅଛୁଆଁ ହେବ ଏ ଦେହ ।।
ବୁଝିବାକୁ ଥରେ ଆଣ୍ଟ ବାନ୍ଧିବୁ
ବାଲ୍ୟକାଳ ଅନୁଭୂତି
ଯିଏ ବି ବୁଝିଛି ନିଶ୍ଚୟ ପାଇଛି
ମଣିଷ ଜନମେ ଶାନ୍ତି ।।
ଗର୍ବ ଅହଙ୍କାର ପ୍ରତିପତ୍ତି ପାଶେ
କାଳ କିବା ହାରିଯାଏ ?
କାଳ ହାତେ ପରା ବନ୍ଧା ତୋ'ଡୋରି
କଥା କାଳକାଳ ରହେ ।।
ମାନି ଯା' ମନୁଆ ମଣିଷ ଜୀବନ
ଦୁଇଟି ନିଆଁର ଖେଳ
ଅସଲ ଦୟାଦ ଭୁଲନା ଅତୀତ
ସରି ଯିବ ବେଳକାଳ ।।
ବାପ ଛାତି କୋହ ମାଆ ଆଖି ଲୁହ
ଗାଆଁ ମଝି ଧର୍ମ ଦାଣ୍ଡ
ପାପ ପୂଣ୍ୟର ନିକିତିରେ ନିଶ୍ଚେ
ପରଖିବେ ମାନଦଣ୍ଡ ।।
ଜାଗ୍ରତ ହୁଏ ଭୁଲିଯାଅ ନାହିଁ
ବଡବଡୁଆ ଙ୍କ ସ୍ବପ୍ନ
ତାଙ୍କରି ଆଶୀଷେ ପୂର୍ଣ୍ଣ ତୋ'ଥାଳ
ହସୁଛି ତୋର ଜୀବନ ।।
ଅସଲ ଦୟାଦ ଭୁଲିଯାଅ ନାହିଁ
ପିତୃଋଣ ସୁଝ ପଣେ
ଆଲୋକର ପର୍ବ କରୁ ଆଲୋକିତ
ହସ ଫେରୁ ତୋ'ଜୀବନେ ।।
************************
ଓଷ୍କାପାଲି-ରାଜକିଶୋର ନଗର-ଅନୁଗୁଳ
ଜୟ ସାହିତ୍ଯ ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।