3/01/2020

ବଞ୍ଚିବାକୁ ଦିଅ

ପ୍ରିୟଦର୍ଶିନୀ ମହାନ୍ତି 



ଟିକି ବଗିଚାର ମୁଁ ଯେ ଟିକି ଏକ ଫୁଲ,
ଟିକି ଟିକି ଗାଲେ ମୋର ଆଙ୍କି ଦିଅ ଗେଲ ।

ଝିଅ ହୋଇ ଜନ୍ମ ହେବା ନୁହେଁ ଭୂଲ୍‌ ମୋର ,
ନିଜ ଭୂଲ୍‌ ପାଇଁ ଆଜି କର ମୋ' ସଂସ୍କାର ।

ସୃଷ୍ଟିକର୍ତ୍ତା ହୋଇ ଯଦି ଫେରିନିଅ ମୁହଁ ,
ମୁଁ ଅଭାଗିନୀ କି କରିପାରିବି ବା କୁହ ।

ହତ୍ୟା କର ଗର୍ଭେ ପୁଣି କେବେ ଜନ୍ମ ପରେ ,
କେବେ ପୁଣି ଫିଙ୍ଗି ଦିଅ ନିର୍ଜନ ପଥରେ ।

ଝିଅ ବୋଲି ମୋ' ସହ କରିଲେ ଅନ୍ୟାୟ ,
ସମାଜର ଅଧୋଗତି ହେବ ଯେ ନିଶ୍ଚୟ ।

ଜୀବନର ଭିକ୍ଷା ମାଗେ ମୋ' କୁନି ହାତରେ ,
ଅଲୋଡ଼ା, ଅସନା ଭାବି ନ ଦଳ ପୟରେ ।

ତୁମ ରକ୍ତେ ଗଢ଼ା ପରା ମୋର ଏ ଜୀବନ ,
ପୁଅ ଭଳି ମୁଁ ମଧ୍ୟ୍ୟ ତୁମରି ସନ୍ତାନ ।

ପଢିବାକୁ ଦିଅ ମତେ ବଢିବାକୁ ଦିଅ ,
ପୁଅ ଭଳି ମତେ ମଧ୍ୟ୍ୟ ବଞ୍ଚିବାକୁ ଦିଅ ।

ଭୁବନେଶ୍ବର 

ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।