ମନୋରମା ହାତୀ

କେତେ ଆଉ ପଢୁଥିବ
ଫିଜିକ୍ସ୍ କେମିଷ୍ଟ୍ରି
କେବେ କେବେ ତ ପଢିନିଅ
ମୋ' ଭଲପାଇବା ର ହିଷ୍ଟ୍ରି
କେତେ ଆଉ କରୁଥିବ
ଲାବୋରେଟୋରରେ
ପରୀକ୍ଷା ନିରୀକ୍ଷା
କେବେ ଥରେ କରିନିଅ
ମୋ' ଅପେକ୍ଷାର ସମୀକ୍ଷା
କେତେ ଆଉ ମୁଖସ୍ତ
କରୁଥିବ ପୃଷ୍ଠା ପୃଷ୍ଠା
ଧାତୁ ଅଧାତୁର କ୍ରମାଙ୍କ
କେବେ କେବେ କଳନା କରିନିଅ
ମୋ' ପ୍ରୀତିର ବିଶେଷାଙ୍କ
କେତେ ଆଉ କରୁଥିବ
ଯୁକ୍ତିତର୍କରେ ସବୁ
କଥାକୁ ପ୍ରମାଣିତ
କେବେ କେବେ ତ ବୁଝିନିଅ
ମୋ' ସ୍ଵପ୍ନର ସାହିତ୍ୟ
କେତେ ଆଉ ଆଲୋଚନା କରୁଥିବ
ରାସାୟନିକ ପଦାର୍ଥର
ମିଶ୍ରଣ ବିଭାଜିତ ପ୍ରକ୍ରିୟା
କେବେ କେବେ ଆଖି ଉଠେଇ ଦେଖିନିଅ
ତମ ପାଇଁ ମୋ' ହୃଦୟରେ
ପ୍ରତିଦିନ ଅହରହ ଚାଲେ
କେତେ କ୍ରିୟା ପ୍ରତିକ୍ରିୟା
ସବୁ କଥା କହି ହୁଏନା
କିଛି ଆପେ ଆପେ ବୁଝିବାକୁ ହୁଏ
ସବୁ ସମ୍ପର୍କ ଏମିତିରେ ଗଢି ହୁଏନା
କିଛି ମନକୁ ମନ ଯୋଡି ହେଇଯାଏ
ସବୁ କିଛି ପ୍ରତି ଆକର୍ଷଣ
ସ୍ୱାର୍ଥରେ ନ ଥାଏ
କେବେ କେବେ ଅହେତୁକ ମୋହ ବି ଥାଏ
ସବୁ ଭାବ ଚେହେରାର ଭାବପ୍ରବଣତାରୁ ପଢି ହୁଏନା
ଅନେକ କିଛି ଭାବନାରେ ରହିଯାଏ
ଯେମିତି ତମ ପାଇଁ ମୋର
ଶହ ଶହ ଆବେଗ ଅନୁରାଗ
ନିରବରେ ନିରବରେ ସମାଧି ନେଇଛି
ତୁମ ପ୍ରତ୍ୟାଖ୍ୟାନର ନିଷିଦ୍ଧ ଇଲାକାରେ
କେବେ ଯଦି
ଏସବୁର ସମୀକରଣ କରିନେବ
ହୁଏତ ମୋ' ଭଲପାଇବାର ଇତିହାସ
ବୁଝିବାରେ ତୁମକୁ ସହଜ ହେବ ।
କହ୍ନେଇପୁର-କଟକ , ୭୫୩୦୦୬
ଜୟ ସାହିତ୍ଯ ଜୟ ସମାଜ

କେତେ ଆଉ ପଢୁଥିବ
ଫିଜିକ୍ସ୍ କେମିଷ୍ଟ୍ରି
କେବେ କେବେ ତ ପଢିନିଅ
ମୋ' ଭଲପାଇବା ର ହିଷ୍ଟ୍ରି
କେତେ ଆଉ କରୁଥିବ
ଲାବୋରେଟୋରରେ
ପରୀକ୍ଷା ନିରୀକ୍ଷା
କେବେ ଥରେ କରିନିଅ
ମୋ' ଅପେକ୍ଷାର ସମୀକ୍ଷା
କେତେ ଆଉ ମୁଖସ୍ତ
କରୁଥିବ ପୃଷ୍ଠା ପୃଷ୍ଠା
ଧାତୁ ଅଧାତୁର କ୍ରମାଙ୍କ
କେବେ କେବେ କଳନା କରିନିଅ
ମୋ' ପ୍ରୀତିର ବିଶେଷାଙ୍କ
କେତେ ଆଉ କରୁଥିବ
ଯୁକ୍ତିତର୍କରେ ସବୁ
କଥାକୁ ପ୍ରମାଣିତ
କେବେ କେବେ ତ ବୁଝିନିଅ
ମୋ' ସ୍ଵପ୍ନର ସାହିତ୍ୟ
କେତେ ଆଉ ଆଲୋଚନା କରୁଥିବ
ରାସାୟନିକ ପଦାର୍ଥର
ମିଶ୍ରଣ ବିଭାଜିତ ପ୍ରକ୍ରିୟା
କେବେ କେବେ ଆଖି ଉଠେଇ ଦେଖିନିଅ
ତମ ପାଇଁ ମୋ' ହୃଦୟରେ
ପ୍ରତିଦିନ ଅହରହ ଚାଲେ
କେତେ କ୍ରିୟା ପ୍ରତିକ୍ରିୟା
ସବୁ କଥା କହି ହୁଏନା
କିଛି ଆପେ ଆପେ ବୁଝିବାକୁ ହୁଏ
ସବୁ ସମ୍ପର୍କ ଏମିତିରେ ଗଢି ହୁଏନା
କିଛି ମନକୁ ମନ ଯୋଡି ହେଇଯାଏ
ସବୁ କିଛି ପ୍ରତି ଆକର୍ଷଣ
ସ୍ୱାର୍ଥରେ ନ ଥାଏ
କେବେ କେବେ ଅହେତୁକ ମୋହ ବି ଥାଏ
ସବୁ ଭାବ ଚେହେରାର ଭାବପ୍ରବଣତାରୁ ପଢି ହୁଏନା
ଅନେକ କିଛି ଭାବନାରେ ରହିଯାଏ
ଯେମିତି ତମ ପାଇଁ ମୋର
ଶହ ଶହ ଆବେଗ ଅନୁରାଗ
ନିରବରେ ନିରବରେ ସମାଧି ନେଇଛି
ତୁମ ପ୍ରତ୍ୟାଖ୍ୟାନର ନିଷିଦ୍ଧ ଇଲାକାରେ
କେବେ ଯଦି
ଏସବୁର ସମୀକରଣ କରିନେବ
ହୁଏତ ମୋ' ଭଲପାଇବାର ଇତିହାସ
ବୁଝିବାରେ ତୁମକୁ ସହଜ ହେବ ।
କହ୍ନେଇପୁର-କଟକ , ୭୫୩୦୦୬
ଜୟ ସାହିତ୍ଯ ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।