~~~~~~~~~~~~~
ସଂଯୁକ୍ତା ସାହୁ
ବରଷକେ ଥରେ ଆସେ
. ରକ୍ଷାବନ୍ଧନ
ବାରମାସଟିରେ ଅଟେ
ମାସ ଶ୍ରାବଣ |
ବଡ଼ଭାଇ ବଳଭଦ୍ରଙ୍କର
ଜନମଦିନ,
ସୁଭଦ୍ରା ଭଉଣୀ ରାଖି ବାନ୍ଧି
.. କରେବନ୍ଦନ |
ଗାଁ ଗଣ୍ଡା ସହର ଖୁସିରେ
. . ଉଠଇ ପଡଇ,
ଭାଈ ହାତରେ ଭଉଣୀ
ରାଖୀ ବାନ୍ଧଇ |
ଏ ତ ସ୍ନେହ ମମତାର
ଅତୁଟ ମୋହ,
କିଏ ବା ତାକୁ ଏଡାଇ
ପାରିବ କୁହ |
ରାଖୀ ଆସିଛିରେ
ପୁନେଇଁ ରାଖୀ
ଭଉଣୀ ପାଇଁ ଭାଈ
ନିଚ୍ଛକ ସାକ୍ଷୀ |
ଏମିତି ସମ୍ପର୍କ କେଉଁଠି
ଦେଖିଛ କାହିଁ,
ଭଉଣୀ ଶୁଭ ମନାସିବ
ତା' ଭାଈ ପାଇଁ |
ଆପଦେ ବିପଦେ ସାହା
. ହୋଇବ ସେହି,
ଯେମିତି କାଳିଆ ଠାକୁର
. ବଳିଆ ଭାଈ |
ରେଶମୀ ଡୋରିର
.. ପବିତ୍ର ସୂତା,
ଭଉଣୀ ପାଇଁ ଭାଈର
ଅନାବିଳ ମମତା |
ଭାଈ ମୁଣ୍ଡରେ ଭଉଣୀ
ତିଳକ ଲଗାଇ,
ମନ ହରଷରେ ଖୁଆଇ ମିଠା
ଦିଏ ବନ୍ଦାଇ |
ଯୁଗ ଯୁଗ ଧରି ଏ ଅନାବିଳ
ସମ୍ପର୍କ ଥାଉ,
ଏତିକି ମାଗୁଣି କରୁଛୁ
. ହେ ମହାବାହୁ |
ରାହାମା-ଜଗତସିଂହପୁର
ଜୟ ସାହିତ୍ୟ, ଜୟ ସମାଜ
ସଂଯୁକ୍ତା ସାହୁ
ବରଷକେ ଥରେ ଆସେ
. ରକ୍ଷାବନ୍ଧନ
ବାରମାସଟିରେ ଅଟେ
ମାସ ଶ୍ରାବଣ |
ବଡ଼ଭାଇ ବଳଭଦ୍ରଙ୍କର
ଜନମଦିନ,
ସୁଭଦ୍ରା ଭଉଣୀ ରାଖି ବାନ୍ଧି
.. କରେବନ୍ଦନ |
ଗାଁ ଗଣ୍ଡା ସହର ଖୁସିରେ
. . ଉଠଇ ପଡଇ,
ଭାଈ ହାତରେ ଭଉଣୀ
ରାଖୀ ବାନ୍ଧଇ |
ଏ ତ ସ୍ନେହ ମମତାର
ଅତୁଟ ମୋହ,
କିଏ ବା ତାକୁ ଏଡାଇ
ପାରିବ କୁହ |
ରାଖୀ ଆସିଛିରେ
ପୁନେଇଁ ରାଖୀ
ଭଉଣୀ ପାଇଁ ଭାଈ
ନିଚ୍ଛକ ସାକ୍ଷୀ |
ଏମିତି ସମ୍ପର୍କ କେଉଁଠି
ଦେଖିଛ କାହିଁ,
ଭଉଣୀ ଶୁଭ ମନାସିବ
ତା' ଭାଈ ପାଇଁ |
ଆପଦେ ବିପଦେ ସାହା
. ହୋଇବ ସେହି,
ଯେମିତି କାଳିଆ ଠାକୁର
. ବଳିଆ ଭାଈ |
ରେଶମୀ ଡୋରିର
.. ପବିତ୍ର ସୂତା,
ଭଉଣୀ ପାଇଁ ଭାଈର
ଅନାବିଳ ମମତା |
ଭାଈ ମୁଣ୍ଡରେ ଭଉଣୀ
ତିଳକ ଲଗାଇ,
ମନ ହରଷରେ ଖୁଆଇ ମିଠା
ଦିଏ ବନ୍ଦାଇ |
ଯୁଗ ଯୁଗ ଧରି ଏ ଅନାବିଳ
ସମ୍ପର୍କ ଥାଉ,
ଏତିକି ମାଗୁଣି କରୁଛୁ
. ହେ ମହାବାହୁ |
ରାହାମା-ଜଗତସିଂହପୁର
ଜୟ ସାହିତ୍ୟ, ଜୟ ସମାଜ


No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।