ଦୁଇ ତିନି ବେଳେ ଲକ୍ ଡାଉନ ହଜାର ରେ ସବୁ ଉଠିଲା,
ଗାଡି ବି ଚାଲିବ ଖୋଲା ରେ ବୁଲିବ
ଲକ୍ ଡାଉନ କଷ୍ଟ ଗଲା
ଗାଡି ବି ଚାଲିବ ଖୋଲା ରେ ବୁଲିବ
ଲକ୍ ଡାଉନ କଷ୍ଟ ଗଲା
ଚଉଦ ଦିନରେ ଲୁଚି କରି ରହେ
ସାତ ରେ କି ଜଣା ପଡିବ,
ଘରେ ସାତ ଦିନ ରହିବା କଥା ଟି
ଲାଗେ ବିପରୀତ ହୋଇବ
ସାତ ରେ କି ଜଣା ପଡିବ,
ଘରେ ସାତ ଦିନ ରହିବା କଥା ଟି
ଲାଗେ ବିପରୀତ ହୋଇବ
ହଇଜା ବେମାରି ମହାମାରୀ ପରି
କରୋନା ପ୍ରକୋପ ବଢିବ
ଚୀନ, ଆମେରିକା,ଇଟାଲି ପରି
ମାଳ ମାଳ ଶବ ପଡିବ
କରୋନା ପ୍ରକୋପ ବଢିବ
ଚୀନ, ଆମେରିକା,ଇଟାଲି ପରି
ମାଳ ମାଳ ଶବ ପଡିବ
ମାଳିକା ବଚନ ସତ କି ହୋଇବ
ବାର ହାତ ଖଣ୍ଡା ବୁଲିବ,
କିଏସେ ବଞ୍ଚିବ କିଏ ବା ମରିବ
ଅନିଶ୍ଚିତେ ଦିନ କଟିବ
ବାର ହାତ ଖଣ୍ଡା ବୁଲିବ,
କିଏସେ ବଞ୍ଚିବ କିଏ ବା ମରିବ
ଅନିଶ୍ଚିତେ ଦିନ କଟିବ
ଅଲକ୍ଷ୍ୟଣା ରୋଗ ତଳ ସ୍ତରେ ଗଲେ
ଆଉ କି ଓଡ଼ିଶା ରହିବ,
ସଭିଏଁ ହାରିବା କରୋନା ଜିତିବ
ଲାଗେ କଳିଯୁଗ ଶେଷ ହୋଇବ
ଆଉ କି ଓଡ଼ିଶା ରହିବ,
ସଭିଏଁ ହାରିବା କରୋନା ଜିତିବ
ଲାଗେ କଳିଯୁଗ ଶେଷ ହୋଇବ
ପ୍ରଭୁ ଜଗନ୍ନାଥ କରନ୍ତୁ କରୁଣା
ଏ ମହାମାରୀ ହେଉ ଦୂର,
ଆକୁଳ ପ୍ରାର୍ଥନା ଘେନ ମହାପ୍ରଭୁ
ତୁମ ସୃଷ୍ଠି କୁ ରକ୍ଷା କର
ଏ ମହାମାରୀ ହେଉ ଦୂର,
ଆକୁଳ ପ୍ରାର୍ଥନା ଘେନ ମହାପ୍ରଭୁ
ତୁମ ସୃଷ୍ଠି କୁ ରକ୍ଷା କର
********

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।