କଣ୍ଡୁରୀ ଚରଣ ରାଉତ
ପରିବା ଆଣିବା ପାଇଁକି
ସାନ ପୁଅ ମୋର ହସିହସି କରି
ପାଖକୁ ଆସିଲା ଧାଇଁକି ।
ବାଇକିରେ ବସି ବଜାର ଯିବାକୁ
ପୁଅ ମୋ କାନ୍ଦିଲା ସକେଇ
ମନା କରିବାରୁ ଆଖିରେ ତାହାର
ଲୋତକ ଆସିଲା ଜକେଇ ।
ବଜାର ହାଟରେ ବେଶି ଲୋକ ଭିଡ
ବୁଝେଇ କହିଲି ତାହାକୁ
କରୋନା ଭୂତାଣୁ ସଂକ୍ରମିତ କାଳେ
ହୋଇଥିବ ସେଠି କାହାକୁ ।
ମିଳାମିଶା କଲେ ସଂକ୍ରମଣଠାରୁ
ରହି ପାରିବାନି ଦୂରେଇ
ଆମ ଘରେ ଆମେ ସୁରକ୍ଷିତ ଥିବା
ଭୂତାଣୁ ଦେବାନି ପୂରେଇ ।
ମୋ କଥାକୁ ଶୁଣି ପୁଅ ମୋ ବୁଝିଲା
ଘର ଭିତରେ ସେ ରହିଲା
ଦୋକାନରୁ ଗୋଟେ ମୁଖା ତାହା ପାଇଁ
ଆଣିବାକୁ ମୋତେ କହିଲା ।
କାଶ,ଛିଙ୍କ,ଜର ପ୍ରତିକାର ପାଇଁ
ଡାକ୍ତରଙ୍କୁ ଯାଇ କହିବା ।
ସଚେତନ ହେଲେ କରୋନା ପାଖରୁ
ସୁରକ୍ଷିତ ହୋଇ ରହିବା ।
****
ଶିକ୍ଷକ,ସତ୍ୟବାଦୀ ହାଇସ୍କୁଲ୍
ବଲାଙ୍ଗିର. ମୋ.୯୯୩୭୯୮୨୮୪୬
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।