ଅମଳେନ୍ଦୁ ମହାପାତ୍ର
ମଣିଷ ଭଳିଆ କାଳିଆ ସାଆନ୍ତ, ଏବେ ଭାରି ଅଭିମାନ କଲାଣି ।ଷାଠିଏ ପଉଟି ଭୋଗ କଥା ଛାଡ;
ତୁଳସୀ କେଣ୍ଡାଏ,ମୋ ପାଇଁ କି ପରା,
ଏ ବେଳେ ସପନ ହେଲାଣି । ।
ଗମ୍ଭୀରା ଭିତରେ,ଲୁଚି କି ରହୁଛି,
ଭକତଟିଏ ବି ଦେଖୁନି,
ଆଗ ଭଳି ଦେଉଳ ଭିତରେ;
ଗହଳ ଚହଳ ଦେଖୁନି । ।
ତିନି ଫୁଟ ଦୂରେ ପଣ୍ଡା ରହି କରି,
ପାଣି ଟିକେ ଛିଂଚି ଦିଅନ୍ତି ।
କାଳିଆ କରୁଣା ପାଇବା ପାଇଁ କି;
ଜିଜ୍ଞାସୁ ନେତ୍ରରେ ଚାହାନ୍ତି । ।
ସାରା ବିଶ୍ୱ ଆଜି କରୋନା ଭୟରେ,
ହୁଏ ପ୍ରଭୁ ଛାରଖାର ।
ଏଇ ବେଳେ ପ୍ରଭୁ,ମଉନ ନ ହୋଇ;
ଗୁପତେ ହୁଅ ବାହାର । ।
କେତେ ମହାମାରୀ, କେତେ ଭୟ ଭ୍ରାନ୍ତି,
ଦୂର କରିଛ ସଂସାରୁ ।
ଆଜି ଏ ବେଳରେ ପରଂବ୍ରହ୍ମ କିମ୍ପା,
ହୋଇଛ ଅଚଳ ମେରୁ । ।
ଏ କଳା ପାହାଡ କରୋନା ସାଜିଛି,
ହୋଇଅଛି ବଳୀୟାନ ।
ଭକତଙ୍କୁ ସିଏ ଏପଟେ ରଖିଛି,
ଆର ପଟେ ଭଗବାନ । ।
ଯୁ୍ଗେ ଯୁ୍ଗେ ତୁମ୍ଭେ ଅବତାର ନିଅ,
ପାପୀଙ୍କି ତାରିବା ପାଇଁ ।
କରୋନା ଭଳିଆ,ପାପୀଙ୍କ ପାଇଁ କି.
ଆସ ପ୍ରଭୁ ଭାବଗ୍ରାହୀ । ।
ଏସ୍.ଭି.ନିରତାର,
ଓଲଟପୁର,କଟକ
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।