5/31/2020

ଏ ରୋଗ ଦିଅ ହଟାଇ

ବାବାଜୀ ଭୋଇ
🍘🍘🍘🍘🍘
ଯେଉଁ ରୋଗର ଚ଼ିକିତ୍ସା ପାଇଁକି                               
ଔଷଧ ବାହାରି ନାହିଁ 
ବିଶ୍ବ ମହାମାରୀ କରୋନା ନାମରେ
ଆତଙ୍କ ସୃଷ୍ଟି କରଇ । ୧
ହଜାର ହଜାର ଲୋକ ମରୁଛନ୍ତି
ସାରା ବିଶ୍ବେ ନିତିଦିନ
ଏପରି ମରିଲେ ଏ ମାନବ ଜାତି
ହୋଇଯିବ କି ନିଶ୍ଚିହ୍ନ ! ୨
ଆତଙ୍କିତ ମହାରାଷ୍ଟ୍ର ଆମେରିକା
ଇଟାଲୀ ଫ୍ରାନ୍‌ସ୍‌ ଚ଼ୀନ୍‌
ଜର୍ମାନୀ ଇରାନ ସ୍ପେନ୍‌ ପାକିସ୍ତାନ
ଭାରତ ତୁର୍କୀ ବ୍ରିଟେନ୍ । ୩
ଆମ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ
ଉପାୟ କରନ୍ତି ଚ଼ିନ୍ତା
ଏଇ ଛୁଆଁ ରୋଗ ପଶିବନି ପାଶେ
ହୋଇଲେ ସଚ଼େତନତା  । ୪
ପଦାରେ ନବୁଲି ରହିବେ ସ୍ବ ବାସେ
ରଖି ସାମାଜିକ ଦୂରତା
ହାତ ଧୋଇ ସାବୁନରେ , ମାସ୍କ୍‌ ପିନ୍ଧି
ସୁସ୍ଥ ରୁହ ମାନି କଥା । ୫
ନିଜେ ବଞ୍ଚି ପରିବାରକୁ ବଞ୍ଚାଇ
ଦେଶକୁ ବଞ୍ଚାଇବା
ଆସୁ ଯେତେ କଷ୍ଟ ସଚ଼େତନ ହୋଇ
ଏ ରୋଗକୁ ଘୁଞ୍ଚାଇବା । ୬
ଡ଼ାକ୍ତର ନର୍ସ , ସ୍ବାସ୍ଥ୍ୟକର୍ମୀ ମାନେ
ପୁଲିସ୍‌ ପ୍ରଶାସନିକ
କରୋନା ଯୁଦ୍ଧରେ ଯୋଦ୍ଧା ସାଜିଛନ୍ତି
ସ୍ବେଚ୍ଛାସେବୀ ସାମ୍ବାଦିକ । ୭
ଜୀବନକୁ ବାଜି ଲଗେଇ ଦେଇ
ପରିବାର ମୋହ ଛାଡ଼ି
ଦେଶ ହିତ ପାଇଁ କରୁଛନ୍ତି କାମ
ଦିନରାତି ସିଏ ପଡ଼ି । ୮
ଦୀନ ମଜୁରିଆ ଅସହାୟ ପ୍ରତି
ମଣିଷ ପଣିଆ ରଖି
ଶକ୍ତି ଅନୁସାରେ ସାହା ହୋଇ ତାଙ୍କୁ
ହୁଅନ୍ତୁ ପରମ ସୁଖୀ । ୯
ସେ ଯୋଦ୍ଧାଙ୍କ ପଥ କୁସୁମିତ କରି
ଏ ରୋଗ ଦିଅ ହଟାଇ
ପ୍ରଭୁ ! ଆତଙ୍କିତ ମଣିଷ ଓଠରେ
ହସ ଟିକିଏ ଫୁଟାଇ । ୧୦
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।