ସରିତା ସେନାପତି
ମନର ଦୀପାଳି ବସିଛି ଜାଳି
ସାକ୍ଷୀ ଏଇ ସଂଜବତୀ,
ଦିନ ସିନା ଏଠି ଯାଉଛି ସରି
ସାକ୍ଷୀ ଅଛି ଏଇ ରାତି ।।
ଓଠରେ ଭାଷା ଯାଉ ପଛେ ସରି
ପ୍ରେମ ଥାଉ ମନେ ଜାଗି,
ରାଗ ରୁଷା ଅଭିମାନ ପାସୋରି
ସ୍ନେହକୁ ବାଣ୍ଟିବା ମାଗି ।।
ତୋଳିବା ଆମେ କେରାଏ ସପନ
ରଙ୍ଗୋଲିର ଭିନ୍ନ ରଙ୍ଗେ,
ସରବେ ଓଡ଼ିଆ ଆମେ ଯେ ବଢିଆ
ଭିନ୍ନ ପରମ୍ପରା ଢଂଗେ ।।
ଅନ୍ଧାର ଆଡେଇ ଆଲୋକ ପର୍ବେ
ଦୀପାବଳି ପରବ ନାମେ,
ଆଲୋକ ଆଣି ଖୁସି ଯେ ବାଣ୍ଟିବା
ଦୁଃଖୀର ନିରୀହ ଓଠେ ।।
ଜୟ ସାହିତ୍ୟ, ଜୟ ସମାଜ
ମନର ଦୀପାଳି ବସିଛି ଜାଳି
ସାକ୍ଷୀ ଏଇ ସଂଜବତୀ,
ଦିନ ସିନା ଏଠି ଯାଉଛି ସରି
ସାକ୍ଷୀ ଅଛି ଏଇ ରାତି ।।
ଓଠରେ ଭାଷା ଯାଉ ପଛେ ସରି
ପ୍ରେମ ଥାଉ ମନେ ଜାଗି,
ରାଗ ରୁଷା ଅଭିମାନ ପାସୋରି
ସ୍ନେହକୁ ବାଣ୍ଟିବା ମାଗି ।।
ତୋଳିବା ଆମେ କେରାଏ ସପନ
ରଙ୍ଗୋଲିର ଭିନ୍ନ ରଙ୍ଗେ,
ସରବେ ଓଡ଼ିଆ ଆମେ ଯେ ବଢିଆ
ଭିନ୍ନ ପରମ୍ପରା ଢଂଗେ ।।
ଅନ୍ଧାର ଆଡେଇ ଆଲୋକ ପର୍ବେ
ଦୀପାବଳି ପରବ ନାମେ,
ଆଲୋକ ଆଣି ଖୁସି ଯେ ବାଣ୍ଟିବା
ଦୁଃଖୀର ନିରୀହ ଓଠେ ।।
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।