5/31/2020

ହେ' ପ୍ରଭୁ

ଉଷାରାଣୀ ପଣ୍ଡା 
   ଅନାଦି ନାଦବ୍ରହ୍ମ ନାଥ
            ଜଗତ ନାଥ ଜଗନ୍ନାଥ...
  ବିଶ୍ବ ବ୍ରହ୍ମାଣ୍ଡ ଅଧିକାରୀ
          କଳୁଷ ପଙ୍କୁ ଦିଅ ତାରି...

 ମାନବ ରୂପେ କଲ ଜାତ
      ମାୟାରେ ହେଲି ଆତଯାତ...
 ଜଞ୍ଜାଳ ଜଞ୍ଜିରରେ ଛନ୍ଦି
        ଘୋର ସଙ୍କଟେ ହେଲି ବନ୍ଦୀ...

 କି ଦେଇ କରିବି ଅର୍ଚ୍ଚନା
         ସବୁ ତ' ତୋହରି ସର୍ଜନା...
 ଅନ୍ତରେ ଦିଅ ମୋ ଶକତି
          ଡାକି ତରିବି ନାମ ନିତି...

ଅବିବେକୀ ମୁଁ ହୀନମନା
       କରିନି କେବେ ଆରାଧନା...
ବିଳାସ ବ୍ୟସନେ ମଜ୍ଜିଣ
       ଧରମ ଭାବି ଅକାରଣ...
                                           

ଗାଇନି କେବେ ତୁମ ଗାନ
        ପାଇବା ପାଇଁ ପ୍ରତିଦାନ...
ଭରସା ନାହିଁ କ୍ଷୀଣପ୍ରାଣ
         ମରଣ କରେ ଆମନ୍ତ୍ରଣ...

ଅଶ୍ରୁ ଝରାଇ ବନ୍ୟା ପ୍ରାୟ
        ଇନ୍ଦ୍ରିୟ ନାହିଁ ଆଉ ଥୟ...
କରୁଣାସିନ୍ଧୁ ଦଇତାରୀ
        ପାପ ସାଗରୁ କର ପାରି...

 ଜୀବ ଉଦ୍ଧାର ଲକ୍ଷ୍ମୀନାହା
        ମେଲାଇ ଦେଇ ଚଉବାହା...
 ପାଦରେ ପଶୁଛି ଶରଣ
         ପିଣ୍ଡ ନକର ଅକାରଣ...
ସୋମପେଣ୍ଠ - ଆନ୍ଧ୍ରପ୍ରଦେଶ     
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।