5/31/2020

କରୋନା

ବିରଞ୍ଚି ନାରାୟଣ ମଲ୍ଲିକ
ରହରେ କରୋନା  ଓଡିଶା ଆସନା
    ବଦଳାଇ ଦେ' ତୋର ଗତି
ଦେଖିଣ କରାଳ  ରୂପକୁ ତୋହର
   ଧଡ଼ ଧଡ଼ ହୁଏ ଆମ ଛାତି ।
ରୋଗ ସଂକ୍ରମଣ ଦେଶୁ ଦେଶ ବ୍ୟାପେ
     କେତେ ମରୁଛନ୍ତି  ନିତି ନିତି
ପରାଜିତ ହୁଏ   ବିଜ୍ଞାନ ମାନବ
 ଡରେ ଦେଖି ତୋର କରାମତି ।
ବଢ଼ାଇ ତା' କାୟା  ମାଡି ଆସୁଅଛି
  ଗାଉଛି କରୋନା  ଜୟ ଗୀତି
କେତେ ଯେ ମାନବ ମାରି ରକ୍ତ ପିଏ
  ତଥାପି ତା' ଆତ୍ମା ନୁହେଁ ଶାନ୍ତି ।
ଚାଇନାକୁ ଚୁନା କରିଣ କରୋନା
   ଭାରତରେ ତା'ର ଉପସ୍ଥିତି
ଗୋଟେ ପରେ ଗୋଟେ ନାଶିବ ପରାଣ
   ସତେ ସାଜିଅଛି ଜନ୍ତୁପତି ।
ରାଷ୍ଟ୍ରପରେ ରାଷ୍ଟ୍ର କାୟା ବିସ୍ତାରୁଛି
   ଭୁଶୁଡି ଗଲାଣି ଅର୍ଥନୀତି
ବିଶ୍ୱଜନ ତା'ର ତାଣ୍ଡବ ଦେଖୁଚି
   ବଡ ଭୟଙ୍କର ପରିସ୍ଥିତି ।
କିଏ ଖାଏ ବେଲ ତୁଳସୀ ପତର
  କରୋନାକୁ ସେହି ଯିବ ଜିତି
ମୁଖେ ତୁଣ୍ଡି ଦେଇ କିଏ ବୁଲୁଥାଇ
  ମରଣର ଭୟ ଘାରେ ନିତି ।
ଗୁଜବେ ବିଶ୍ୱାସ କରଇ ମଣିଷ
  ବୁଝି ପାରେନାହିଁ ମୁଢମତି
ମନରୁ ସଂଶୟ  ଦୂର କର ପ୍ରଭୁ
 କରୋନାର ଦର୍ପ ହେଉ ଇତି ।
ଆତୁର ଚିତ୍ତରେ ଡାକେ ବିଶ୍ୱଜନ
  ରକ୍ଷା କର ପ୍ରଭୁ ବିଶ୍ୱପତି
କରୋନାକୁ ହତ  କର ଜଗନ୍ନାଥ
  ଦୂର ହେଉ ଭୟ ମିଳୁ ଶାନ୍ତି  ।
ସମ୍ପାଦକ - ପ୍ରଜ୍ଞାଶ୍ରୀ ଧାରା 
ପାଟେଳି - ନିଆଳି - କଟକ 
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।