5/31/2020

ଆବାହନି

ଶ୍ରୀମତୀ ଲୋରୀ ସ୍ବାଇଁ 




ଶୁଭ୍ର ଚଞ୍ଚଳ ଦିନକର କର
ଆସିବା ଆଗରୁ ମାଡି
ଉଠ ଉଠ ନାରୀ ଆଲମ୍ବ କର ହେ
 ଚଢ଼ି ବକ୍ଷର ଶିଡ଼ି ।।

ପ୍ରଲମ୍ବକାରୀଙ୍କୁ ନିପାତ କରହେ
ଉତ୍ତାଳ ସ୍ବରୂପ ଧରି
ଭଗ୍ନ କର ହାଡ଼ ହେଉ ବେନି ଖଣ୍ଡ
ଯେସନେ ନ ହେବ ଯୋଡି ।।

ହୁଅ ହେ ନିର୍ଦ୍ଦୟ ସବୁ ନାରୀକୁଳ 
କାହିଁକି ପଡୁଛ ଶାନ୍ତି
ସଂହାର କର ହେ ଦୁର୍ଜନ ଅସୁର
 ବିଦାରୀ ଉଠୁ ରାତି ।।

ଝିଙ୍କି ଆଣ ଆହେ ଛଞ୍ଚାଣ ପରାୟେ
 ଥରେଇ ଦିଅ ହେ ପୃଥ୍ବୀ
ଧର୍ଷଣ ପରିକା ନିକୃଷ୍ଟ କରମେ
ପଡ଼ିବ ଲମ୍ବା ବିରତି ।।
 

ଧର ଯେ ଖର୍ପର ପକାଇ ହୁଙ୍କାର 
ଚାଟ ଯେ ଶୋଣିତ ଧାର
କାମନା ପିଶାଚ ସମହିତ କଲେ 
 ଭାବି ବେ ସେ ଶତବାର ।।

ଦୁର୍ବଳ ହୁଅନି ଶକ୍ତି ସ୍ବରୂପିଣୀ
 ଦାନ୍ତିକୁ କର ଉତ୍ତାଳ
କଟୀରେ ଭିଡ଼ିକି କାଙ୍କ ଓ ଗଇଁତି
 ଲଢ଼ିକି ପିଅ ଗରଳ ।।

ତନ୍ଦ୍ରା ତେଜି ତବ ବିକଟାଳ ରାବ
ଦେଇ ଦେଖାଅ ବୀରତ୍ୱ
ପଙ୍ଗୁ ପରି ନାରୀ କରେ ଅସ୍ତ୍ର ଧରି


ଦର୍ପେ ଦୌଡ଼ ରଣକ୍ଷେତ୍ର ।

ନାରୀ ଯାଉ ବନି ଚଣ୍ଡୀ ନାରାୟଣୀ
ବିନାଶୁ ମହିଷାସୁର
ଏ ଜଗତ ଜାଣୁ ନାରୀ ନୁହଁ ସ୍ଥାଣୁ
ସର୍ବତ୍ର ହେଉ ପ୍ରଚାର ।

ଆଜ ଏ ଆହ୍ବାନ କର୍ଣ୍ଣେ ଧୀରେ ଘେନ
ବଗଲେ ତମସ୍ର ଭର
ବଳିଷ୍ଠ ସମର ଦେଖି ଦୁଷ୍ଟ ନର
ଭୀତେ ହେଉ ଥରହର ।
ପାରାଦ୍ବୀପ 
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।