5/31/2020

ଆହ୍ୱାନ

ବିଷ୍ଣୁପ୍ରିୟା ମିଶ୍ର 

ମୁଁ ସତ୍ୟ ଦ୍ରଷ୍ଟା , ମୁଁ ଦିବ୍ୟ ଦ୍ରଷ୍ଟା
ମୁଁ ବିଶ୍ବାସ ରଖି ଆସିଛି ଓଁ କାରରେ - ଜଗତ ବ୍ରହ୍ମମୟ -
ଏ ବାର୍ତ୍ତାର ବୀଜ ବୁଣି ଆସିଛି
ଆଦି କାଳରୁ -
ମୁଁ ଦେଖୁଛି - ଆସୁଛି ପ୍ରଳୟ -
ମୃତ୍ୟୁର ତାଣ୍ଡବ -
ସ୍ରଷ୍ଟାଙ୍କ ସୃଷ୍ଟିର ଶୋଭା ଧ୍ଵଂସ କରି
ବର୍ତ୍ତି ଯିବ କିଏ ?
ନିତ୍ୟ ସୁନ୍ଦର ସନାତନ ମୁଁ  -
ହସ୍ତ ଯୋଡ଼ି ପ୍ରଣାମ କରିବା ,
ଆଣ୍ଠୁ ମାଡ଼ି କିବା ଦଣ୍ଡ ପ୍ରଣାମ କରିବା ବିଧି ମୁଁ ପାଳି ଆସିଥିଲି -
ଯାହା ଆଜିର ବାର୍ତ୍ତା , ପ୍ରଚାରିତ
ସମସ୍ତ ଦେଶରେ -
ଆତଙ୍କରେ - ପ୍ରାଣପାତ ଭୟରେ ।
ପାଶ୍ଚାତ୍ୟ ପରମ୍ପରା ଯେ କେତେ
ଭିତ୍ତିହୀନ , ତାହା ଆଜି ପ୍ରମାଣିତ -
ସୁଧୁରିବା ଶିଖ - ହେ ମୋର ସନ୍ତାନ
ଆପଣା ଧର୍ମ , ପରମ୍ପରାକୁ ସମ୍ମାନ ଦିଅ  -
ଭୁଲିଯା' ଗୋଡାଇବା ପଶ୍ଚିମ ସଭ୍ୟତା ,
ସ୍ୱଚ୍ଛ କର ଦେହ ମନ ପ୍ରାଣ -
ପରିବେଶ , ଦେଶ ଆଉ ଜଗତକୁ -
ନିତ୍ୟ , ନୂତନ , ସତ୍ୟ ସନ୍ଧାନୀ ମା'କୁ - ମୋତେ ...
ମୁଁ ଭାରତ ... ଭାରତ ଜନନୀ.... ।।
__________++++++_______
      
                     ପଞ୍ଚପଲ୍ଲୀ
                 ଜୟ ସାହିତ୍ୟ , ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।