5/31/2020

ସତରେ ସୁନ୍ଦରୀ ତମେ

                    ଶ୍ରାଣୀ ସ୍ମିତା ଦା
    
ଥରେ ପୁଅମାନେ କହିଲେ -
ଖାଲି ଆମକୁ କହୁଚ଼
ଝୁଅଙ୍କୁ  ଦଉଚ଼ ଟେକି ,
ଝୁଅମାନେ କ'ଣ୍‌ ଧୁଆ ମୁଗ ସବୁ
ପୁଅମାନେ ଫମ୍ପା ଠେକି ???

ମୁଁ କହିଲି - ନା , ନା
ଝିଅମାନେ ପରା ସର୍ବଗୁଣ ସମ୍ପନ୍ନା
ଦୁଇକୁଳ ପାଇଁ ହିତାଧିକାରିଣୀ
ତମେ କହିବ .. ପୁଣି ତାଙ୍କ ନାଁ'ରେ ..
ତମ ଜୀବନ କ'ଣ ଲାଗୁଚି ପିତା ??


କ୍ଷମା କରିବ ହେ' ଝୁଅମାନେ ସବୁ
ଏଇଠି ଯାଉଚି ବସି ,
ନିମ୍ନରେ ବର୍ଣ୍ଣୁଚି଼ ଲକ୍ଷଣ ତୁମର
ରାଗିବିନି ଦବ ହସି ।।

ଆଣ୍ଠୁ ଉପରକୁ ତମ ପତକା ଟଙ୍ଗା ସ୍କଟ
      ଯେବେ ପବନରେ ଯାଏ ଉଡି ,
ମତେ ଦେଖି ଲାଗେ କପଡା ରେଟ୍
        ଏବେ ସତରେ ଯାଇଚି଼ ବଢ଼ି ।।

ଥାକ ଥାକ ହେଇ ଚୁଟିକଟା ତମ
                ଧକଚକ ପୁଣି ଚ଼ାଲି ,
ପାନ ନ'ଖାଇ ବି ନାଲିଆ ଓଠରେ
              ହସୁଥାଅ ଖିଲି ଖିଲି ।।                             

      ଚ଼ାଖଣ୍ଡେ ଉଚ୍ଚର ଚପଲ ନଗେଇ
          ତମେ ଠକ୍ ଠକ୍ ଯାଅ ଚ଼ାଲି ,
ତମ ତେର୍ଚ୍ଛା ଚାହାଣୀ ଦେଖି ଏ ଦିଲ୍‌ରେ
             ତୀର ଯାଏ ଅବା ଗଳି ..।।

ଚ଼ୋଟମରା (ସିଭ୍ ଲେସ୍) ତମ ସାଲୱର୍ ନନୀ
             ସତେ କି ସୁନ୍ଦର ମାନୁଚି଼ ,
ଏକଦମ୍ ଲାଟେଷ୍ଟ ଷ୍ଟାଇଲ୍ ତମର
         ବଜାର ଚ଼ମକେଇ  ଦଉଚି଼ ।।

ଶାଢ଼ୀ ପିନ୍ଧିବାକୁ ଭଲ ଲାଗୁନାହିଁ
           ଘରେ ମ୍ଯାକ୍ସି ପିନ୍ଧୁଚ଼ ଏବେ ,
ପିନ୍ଧିକି ପେ'ଣ୍ଟେ ଦିଶୁଚ଼ ସ୍ମା'ର୍ଟେ
           ସପିଙ୍ଗ କରୁଚ଼ ଯେବେ ।।

ପଦାକୁ ଏମିତି ବାହାରୁଚ ତମେ
          ହାତ ମୁଁହ ଆଖି ଘୋଡେ଼ଇ ,
ଦେଖିଲେ ଲାଗିବ ଧାନ ଖଳାକୁ
           ଯାଉଚ଼ କି ଧାନ ବାଡେଇ ??


ବି.ଏଫ୍.ବାଇକି ପଛପଟେ ବସି
               ପରୱା କା'ର କରନା ,
ସେଲ୍ଫି ନେଉଥାଅ ସହସ୍ର ଭଙ୍ଗିରେ
    ସତେ ଦୀପିକା ଅବା କ୍ଯାଟ୍ରିନା ।।

ମ୍ଯାରେଡ୍ ବ୍ୟାଚ଼ଲର ବେଶଟି ତମର
        ମତେ କନଫ୍ଯୁଜ୍ କରିଦଉଚି଼ି ,
କିଏ ମା' ପୁଣି କିଏ ଅବା ଝିଅ
         ସତରେ ଜାଣିବା ନୋହୁଚି଼ ।।

ମୋବାଇଲ୍ ଧରି ମୁହଁକୁ ବଙ୍କେଇ
               କି ସୁନ୍ଦର ଫଟ ଉଠା ,
(ଶାଶୁ ଦେଖି ତା' ପୁଅକୁ କହୁଚି଼)
ବୋହୂଟାକୁ ମୋ'ର ରୋଗ ହେଇଗଲା
          ଜଲ୍‌ଦି ଡାକ୍ତର ପଠା ..।।

ତମ ରୂପ ଆଉ ଗୁଣର ମହିମା
              କିବା ବଖାଣିବୁ ଆମେ,
ସାରା ଦୁନିଆ କହିବ ପୋଷ୍ଟର ନଗେଇ
             ସତରେ ସୁନ୍ଦରୀ ତମେ
           ସତରେ ସୁନ୍ଦରୀ ତମେ..।।

                       ****
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।