5/31/2020

ଚାଲ ଆମେ ପୁଣି ଓଲଟେଇବା ଇତିହାସ ପୃଷ୍ଠାରେ କେମିତି ମିଳିଛି ସ୍ୱାଧୀନତା

ମୈତ୍ରେୟୀ କମଳା 
       ପରାଧୀନ ଭାରତବାସୀ ଦୀର୍ଘ ଦୁଇଶହ ବର୍ଷ ଇଂରେଜ ମାନଙ୍କ ଅଧିନରେ ଥିଲେ। ଫରାସୀ ରାଷ୍ଟ୍ର ବିପ୍ଳବ, ଆମେରିକାର ସିଭିଲ ୱାର ,ରୁଷ ଗଣ ବିପ୍ଳବ ,ଇଟାଲୀ ଏକତ୍ରିକରଣ ଏ ସମସ୍ତ ରାଷ୍ଟ୍ରର ମୁକ୍ତି ସଂଗ୍ରାମ ଜନମାନସକୁ ପ୍ରେରଣା ଯୋଗେଇ ଥିଲା । ଭାରତୀୟ ମାନେ ଏଥିରେ ଉଦ୍‌ବୁଦ୍ଧ ହୋଇ ଦେଶ ସ୍ୱାଧୀନତା ମନ୍ତ୍ରକୁ ଆପଣେଇ ଥିଲେ। ଇଂରେଜ ବିରୁଦ୍ଧରେ ଚାଲିଥିବା ଲଢେଇ ସାରା ଦେଶରେ ମାତି ଯାଇଥିଲା ଗାନ୍ଧିଜୀଙ୍କର ଅସହଯୋଗ ଆନ୍ଦୋଳନ , ଆଇନ ଅମାନ୍ୟ ଆନ୍ଦୋଳନ , ଲବଣ ସତ୍ୟାଗ୍ରହ, ଭାରତ ଛାଡ଼ ଆନ୍ଦୋଳନ ସତ୍ୟାଗ୍ରହୀ ମାନଙ୍କୁ ଏକଜୁଟ କରି ସ୍ୱାଧୀନତାର ମୂଳମନ୍ତ୍ର ଦେବାକୁ ସମର୍ଥ ଥିଲା । ଖଟିଖିଆ ,ଦିନ ମଜୁରିଆଠୁ ଆରମ୍ଭ କରି  ରାଜା ମହାରାଜା ବୁଦ୍ଧିଜୀବୀ ସମସ୍ତେ ସଂଗ୍ରାମରେ ଭାଗ ନେଉଥିଲେ । ମୁକ୍ତି ସଂଗ୍ରାମ ଗାଁ ମାନଙ୍କରୁ ଆରମ୍ଭ ହୋଇ ଆନ୍ଦୋଳନର ରୂପ ନେଲା । ମହାନ ଦେଶଭକ୍ତ ନେତାଜୀ ସୁଭାଷ ବୋଷ , ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ବାଲ ଗଙ୍ଗାଧର  ତିଲକ ,ଲାଲା ଲଜପତରାୟ , ଚନ୍ଦ୍ରଶେଖର  ଆଜାଦ , ଭଗତ ସିଂ ,ଖୁଦି ରାମ, ଜୟପ୍ରକାଶ ନାରାୟଣଙ୍କଠୁ ନେଇ ଓଡ଼ିଶାର ଉତ୍କଳମଣି ଗୋପବନ୍ଧୁ , ଉତ୍କଳ ଗୌରବ ମଧୁ ସୁଦନ, କବିବର ରାଧାନାଥ ରାୟ , ଶହୀଦ ଜୟୀ ରାଜଗୁରୁ , ବକ୍ସି ଜଗବନ୍ଧୁ, ଲକ୍ଷଣ ନାୟକ ଙ୍କ ଅବଦାନ ଅତୁଳନୀୟ ଆଜି ପରି ଦିନରେ ସେହି ମହାନ ଦେଶ ଭକ୍ତ ଗଣଙ୍କୁ ମନେ ପକାଇବା ସେମାନଙ୍କ ବୀରତ୍ବ ,ସାହସ ,ଅତୁଟ ଦେଶପ୍ରେମ ଯାହା ଇଂରେଜ ସରକାରକୁ ଦୁର୍ବଳ କରି ପରାଧୀନ ଭାରତ କୁ ନୂତନ ଦିଗଦର୍ଶନ ଦେଇ ସ୍ୱାଧୀନତାର ମନ୍ତ୍ରରେ ଦୀକ୍ଷିତ କରିଥିଲା । ଇଂରେଜ ସରକାର ଭାରତୀୟ ମାନଙ୍କୁ ସ୍ୱାଧୀନତାରୁ ବଂଚିତ କରି  ଅକଥନୀୟ ଅତ୍ୟାଚାର , ଶୋଷଣ କରି ରାଜନୈତିକ ,ଅର୍ଥନୈତିକ , ସାଂସ୍କୃତିକ ଦୃଷ୍ଟିରୁ ଦୁର୍ବଳ କରି ରଖିଥିଲେ । ସେତେବେଳେ ବିଭିନ୍ନ ସ୍ଥାନରେ ଛୋଟ ବଡ଼ ଗୋଷ୍ଠୀ ଇଂରେଜ ଶାସନ ବିରୁଧରେ ଗଢି ସ୍ୱାଧୀନତା ପାଇଁ ସଂଗ୍ରାମ କରୁଥିଲେ ମୟୁରଭଞ୍ଜ ରାଜ୍ୟର "ଓଡିଶା ଆଦିବାସୀ ମହାସଭା " ଅନ୍ୟତମ ଓଡ଼ିଶାଠୁ ମୟୁରଭଞ୍ଜ ଅଲଗା  ସେତେବେଳେ ଏକ ବ୍ରିଟିଶ ଶାସିତ ଅଂଚଳ, ପରେ ଗଡ଼ଜାତ ରାଜ୍ୟ ଭାବରେ ରହିଥିଲା । ଇଂରେଜ ଜୁଲୁମ ଅଧିକାଂଶ ଗଡ଼ଜାତ ରାଜ୍ୟ ମାନଙ୍କରେ ଚାଲିଥିଲା । ଇଂରେଜ ଅଧିନରେ ରହି ଗଡ଼ଜାତ ରାଜ୍ୟର ରାଜା ମହାରାଜା ଶାସନ କରୁଥିଲେ  କିନ୍ତୁ ପ୍ରଜାର ଦୁଃଖ ବୁଝିବାକୁ ଅସମର୍ଥ ଥିଲେ । ୧୯୪୩ରେ ନେତାଜୀ",ଆଜାଦ ହିନ୍ଦ " ଗଠନ କରିଥିଲେ । ମାଳୟ ,ବ୍ରହ୍ମଦେଶର ଅସଂଖ୍ୟ ଭାରତୀୟ ନେତାଜୀଙ୍କ ଦେଶପ୍ରେମରେ ଆକୃଷ୍ଟ ହୋଇ  ମାତୃଭୂମିର ମୁକ୍ତି ପାଇଁ ବଦ୍ଧ ପରିକର ହେଲେ । "ଦିଲ୍ଲୀ  ଚଲୋ" ସେମାନଙ୍କ ମୁଳ ମନ୍ତ୍ର ଥିଲା ଆଦିବାସୀ ଜନଜାତି  ନିଜ ଧନ ଜୀବନ ,ସାମାଜିକ ପରମ୍ପରା ,ସଂସ୍କୃତି, ଭାଷା ,ନାଚ ,ଗୀତ ,ପର୍ବ ,ପର୍ବାଣୀ ,ଚଳଣି ପ୍ରଥା  ଖାଦ୍ୟପେୟ ,ଶିକ୍ଷା , ସାମାଜିକ ନୀତି ନିୟମ  ସହିତ ନିଜ ମାତୃଭୂମିକୁ କିଭଳି ବିଦେଶ ଶାସନରୁ ମୁକ୍ତି ମିଳିବ ସେଥିପାଇଁ ହିନ୍ଦୁ ,ଖ୍ରୀଷ୍ଟିଆନ ,ସମ୍ପ୍ରଦାୟ  ସବୁ ନିଜ ଜାତି ଧର୍ମ ଭୁଲି ମିଳିତ ଭାବରେ "ଆଦିବାସୀ ମହାସଭା" ମହା ସଂଗ୍ରାମରେେ ଯୋଗ ଦେଇଥିଲେ ।

     ପରଧୀନ ଭାରତବର୍ଷରେ "ସାହିତ୍ୟ"ର ଚର୍ଚ୍ଚା ଲୋକଙ୍କୁ ଏକଜୁଟ କରି ଦେଶ ସ୍ୱାଧୀନ କରିବାରେ ଭିନ୍ନ ଏକ ଭୂମିକା ଗ୍ରହଣ କରିଥିଲା । ସାରା ଭାରତ ବର୍ଷରେ "ଜାତୀୟତା ବାଦୀ ସାହିତ୍ୟ"ର ସୃଷ୍ଟି ହେଲା । ଓଡିଶା ଏଥିରୁ ବାଦ ପଡିବ କେମିତି ? ଅତୀତର ଗାଥା , ଗୌରବ, ସଂସ୍କାର ସଂସ୍କୃତି ,ବୀରତ୍ବ, ,କାଳସ୍ଥାପତ୍ୟର ଉତ୍କର୍ଷ  ଜନମାନସକୁ ଆଣିଲା କାରାଗାର ଭୋଗ କରିଥିବା ଲୋକ ସୁସାହିତ୍ୟିକ ଥିଲେ , ବନ୍ଦୀ ଅବସ୍ଥାରେ ଥାଇ ଦେଶପ୍ରେମ  ବହ୍ନି ଜାଳିବାରେ  ସକ୍ଷମ ହେଉଥିଲେ ଲେଖା ମାଧ୍ୟମରେ । ଉତ୍କଳମଣି ଗୋପବନ୍ଧୁଦାସଙ୍କ ବନ୍ଦୀର ଆତ୍ମକଥା,  ଡକ୍ଟର ହରେକୃଷ୍ଣ ମହତାବ, ନିତ୍ୟାନନ୍ଦ ମହାପାତ୍ର, ବୀରକିଶୋର ଦାସ କାରାଗୃହକୁ ସାହିତ୍ୟ ଶାଳା ବନେଇଥିଲେ । ଡକ୍ଟର ମହତାବଙ୍କ "ଚଷା ଭାଇର ଶୋକ" ,ପଲାସି ଅବସାନେ, ନିତ୍ୟାନନ୍ଦ ମହାପାତ୍ରଙ୍କ "ମାଉସୀ",ବନ୍ଦୀର ଜୀବନ ଏ ସବୁ ପୋଲିସ୍‌ ଜବତ କଲା ।  ବାନରସେନା ଗାଁ ଗାଁ ବୁଲି ଦେଶ ଭକ୍ତି କବିତା ଶୁଣେଇଲେ । ୧୯୪୭ ମସିହା ଅଗଷ୍ଟ ୧୫ରେ ଇଂଲଣ୍ଡ ପାର୍ଲିଆମେଣ୍ଟରେ  ଭାରତ ସ୍ୱାଧୀନତା ଆଇନ ପାସ୍‌ ହେଲା ; ଇଂରେଜ ସରକାର ଭାରତୀୟଙ୍କୁ କ୍ଷମତା ହସ୍ତାନ୍ତର କଲେ । ୧୪ ତାରିଖ ମଧ୍ୟରାତ୍ରରେ  ପଣ୍ଡିତ ନେହେରୁ ଘୋଷଣା କଲେ' "ବହୁବର୍ଷ ପୂର୍ବେ ଆମେ ଭାଗ୍ୟ ସହ ଏକ ଚୁକ୍ତି କରିଥିଲୁ । ଏବେ ପୂଣ୍ଣମାତ୍ରାରେ ନ ହେଲେ ମଧ୍ୟ ବହୁ ପରିମାଣରେ ସେହି ପ୍ରତିଶୃତିକୁ ପୂରଣ କରିବାର ସମୟ ଆସିଛି । ଏହି ମଧ୍ୟରାତ୍ରରେ ବିଶ୍ୱ ସୁପ୍ତ ଥିବା ଅବସ୍ଥାରେ ଭାରତ ସ୍ୱାଧୀନତା  ଲାଭ କରିଛି । ଇତିହାସରେ ଖୁବ କ୍ଵଚିତ ଏଭଳି ସମୟ ଆସେ ଯେତେବେଳେ ଆମେ ପୁରୁଣାରୁ ପାଦ କାଢି ନୂତନ ଆଡକୁ ଗତି କରୁ , ଯେତେବେଳେ ଏକ ଯୁଗର ସମାପ୍ତି ହୁଏ ଏବଂ ଦୀର୍ଘ କାଳ ଧରି ଉତ୍ପୀଡ଼ିତ ଜାତିର ଆତ୍ମା ଅଭବ୍ୟକ୍ତି ଲାଭ କରେ । ଏହି ମୁହୂର୍ତ୍ତରେ ଭାରତ ,ଭାରତବାସୀ ଏବଂ ସମଗ୍ର ମାନବ ସମାଜର ସେବା କରିବା ପାଇଁ ଆମେ ଉତ୍ସର୍ଗ ର ଶପଥ ନେବା ଉଚିତ।

         ଆମର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି  ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଆଉ ୩୫ ଏ ଉଛେଦ କରି  ପୁଣି  ଭାରତବର୍ଷରେ ନୂତନ ସ୍ୱାଧୀତ୍ନତା ଆଣି ପାରିଛନ୍ତି । ଆମର ବିଶାଳ ଦେଶ ଭାରତ  ବହୁ ଭାଷା ,ଜାତି, ଧର୍ମରେ ପରିପୂଣ୍ଣ । ଅନେକତାରେ ଏକତା  ଏହାର ମୂଳ ଧର୍ମ । କାଶ୍ମୀରଠୁ କନ୍ୟାକୁମାରୀ ପୁଣି ଥରେ ନୂତନ ଉତ୍ସାହ ଉନ୍ମାଦନରେ ସ୍ୱାଧୀନତା ଦିବସ ପାଳନ କରୁଛି ଆଜି ।
ନାଭି ମୁମ୍ବାଇ
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।