ଉମାକାନ୍ତ ଦାସ
ଶରତର ଶୋଭା ଦେଖ ଚତୁର୍ଦ୍ଦିଗେସର୍ବ ଦିଗେ ନେତ୍ର ଫେଇ
କାଶ ତଣ୍ଡି ଫୁଲ ଉଡେ ଫର ଫର
ନଦୀ ତଟ ଧୋବ ହୋଇ ।।
ପୂଜା ପରବଣ ପଡିବ ଅନେକ
ଅପାର ଖୁସି ମିଳଇ
ପହିଲୁ ପରବ ମାଆ ଭାଲୁକୁଣି
ସାଥେ ଗଣେଶଙ୍କୁ ନେଇ ।।
ଫୁଟେ କୁମୁଦିନୀ ସରଶିଜ ମଧ୍ଯେ
ଧରଣୀ ଶୋଭା ମଣ୍ଡଇ
ମନ୍ଦାର କେତକୀ ଜାତି ଜାତି ଫୁଲେ
ଚମକ ସୁଗନ୍ଧ ଥୋଇ ।।
ଗଗନେ ବାଦଲ ଭାସି ଭାସି ଚାଲେ
ସ୍ବଚ୍ଛ ରଙ୍ଗ ରୂପ ପାଇ
ପରବତ ଚୁଳ ଦୂରକୁ ଦୋହଲେ
ତରଙ୍ଗ ପ୍ରାୟ ଦିଶଇ ।।
କେତେକେତେ ଶୋଭା ଶରତ ପ୍ରତିଭା
କି ବର୍ଣ୍ଣିବି ଶବ୍ଦ କାହିଁ
ପ୍ରକୃତିର ସେବା ଯେତେ ହିଁ ରଚିବା
ପୁସ୍ତକ ହୋଇବ ସେହି ।।
ମଙ୍ଗଳପୁର,ଯାଜପୁର
ଯୋଗାଯୋଗ -୯୮୭୩୨୩୬୪୪୧
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।