5/31/2020

ବିଦାୟ

ଶୁଭସ୍ମିତା ବେହେରା 
ବିଦାୟ ବେଳାର ଏ କି
        ଅସହ୍ୟ ଯନ୍ତ୍ରଣା
 ଜାଣେନା କେଉଁଠି ଥାଏ
        କେହି ତା' ଠିକଣା ! ୧

କରିଦିଏ ଜୀବନରେ
        ବହୁ ଗତିରୋଧ,
ତିଳତିଳ କରି ସେ ବା
        ନିଏ ପ୍ରତିଶୋଧ ! ୨

ଆସିବାର ଆଭାସ ବି
        ଲୁଚି ଥାଏ କାହିଁ,
ତିଥି , ବାର, ନକ୍ଷତ୍ରର
        ଘୋଷଣା ଵି ନାହିଁ । ୩

କେମିତି ଏ ଗଡି ଆସେ
       ଏତେ ଅଚାନକ,
ନୂଆ ବିଡମ୍ବନା ଘେନି
       ସମୟର ଚକ । ୪

ତାହା ସହ ଗଡ଼ି ଚାଲେ
        ମଣିଷ ଜୀବନ,
ବ୍ୟଥା ଭରା, ଲୁହ ଝରା
        ବିଦାୟ ଲଗନ । ୫

ତଥାପି ନ ମାନି ଥକା
       ଚାଲି ଥାଏ ପାଦ,
ପଥେ ପଥେ ଥାଉ ଯେତେ
       କ୍ଳେଶ, ବି ସମ୍ବାଦ । ୬
ଜେନାପୁର - ଯାଜପୁର 
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।