5/31/2020

ଚାହିଁଛି ତୁମରି ଛୁଆଁ

★  ତାରାପ୍ରସାଦ ଜେନା  ★
ତୁମେ କଳପନା ସୁନ୍ଦରୀ ବାହାରେ
କି ଲାଗି ହୋଇଛ ଠିଆ
ନିରୀହ ପଣର କବିଟିଏ ମୁଁ
ଚାହିଁଛି ତୁମରି ଛୁଆଁ !
ଦିନକୁ ରାତିକୁ ଏକ ମୁଁ କରିଛି
ତୁମରି ବାଟକୁ ଦେଖି
ଭାବରେ ମଧୁର ଦି'ପଦ କଥାକୁ
ମନରେ ଆଣୁଚି ସୁଖୀ,
ଅଳପ ହସିକି ପାଖକୁ ଆସ ମୋ
ଦୂରେଇ ରହୁଚ କିଆଁ !




ମୋହକୁ କୋହକୁ ବିଷୟ ନେଇଛି
ରଙ୍ଗେଇ ଦେବାକୁ ଛବି
ଭାବନା ପୁଟକୁ ଦେବାକୁ ବସିଛି
ବିଚରା ବିରହୀ କବି,
ବୁଝି ବି ଅବୁଝା କେମିତି ହେଉଚ
ଭାବି ମୁଁ ପାରୁନି ଛାଆଁ !

କଲମ ଅଟକି ରହି ମୋ ଯାଉଛି
ଭାବନା ହେଉଚି ଅଧା
ମଲମ ସୁଆଗ ଦେବାକୁ ଏମିତି
କାହିଁକି କରୁଚ ବାଧା,
ବୁଡ଼ାଇଦେବାକୁ ଚାହଁ କି ସତରେ
ଛୋଟିଆ କବିର ନାଆଁ !
**********
 ରଣପୁର
**********
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।