★ ତାରାପ୍ରସାଦ ଜେନା ★
ତୁମେ କଳପନା ସୁନ୍ଦରୀ ବାହାରେକି ଲାଗି ହୋଇଛ ଠିଆ
ନିରୀହ ପଣର କବିଟିଏ ମୁଁ
ଚାହିଁଛି ତୁମରି ଛୁଆଁ !
ଦିନକୁ ରାତିକୁ ଏକ ମୁଁ କରିଛି
ତୁମରି ବାଟକୁ ଦେଖି
ଭାବରେ ମଧୁର ଦି'ପଦ କଥାକୁ
ମନରେ ଆଣୁଚି ସୁଖୀ,
ଅଳପ ହସିକି ପାଖକୁ ଆସ ମୋ
ଦୂରେଇ ରହୁଚ କିଆଁ !
ମୋହକୁ କୋହକୁ ବିଷୟ ନେଇଛି
ରଙ୍ଗେଇ ଦେବାକୁ ଛବି
ଭାବନା ପୁଟକୁ ଦେବାକୁ ବସିଛି
ବିଚରା ବିରହୀ କବି,
ବୁଝି ବି ଅବୁଝା କେମିତି ହେଉଚ
ଭାବି ମୁଁ ପାରୁନି ଛାଆଁ !
କଲମ ଅଟକି ରହି ମୋ ଯାଉଛି
ଭାବନା ହେଉଚି ଅଧା
ମଲମ ସୁଆଗ ଦେବାକୁ ଏମିତି
କାହିଁକି କରୁଚ ବାଧା,
ବୁଡ଼ାଇଦେବାକୁ ଚାହଁ କି ସତରେ
ଛୋଟିଆ କବିର ନାଆଁ !
**********
ରଣପୁର
**********
ଜୟ ସାହିତ୍ୟ, ଜୟ ସମାଜ


No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।