ବିଭୁତି ଭୂଷଣ ତ୍ରିପାଠୀ

ଏଥର ଦିଓ୍ବାଲି
ଢୋଓ ଢାଆ ବାଣ
ନା ପୂର୍ବ ପରମ୍ପରା ମାନିବି,
ଏଥର ଦିଓ୍ବାଲି
ଧୂଆଁମୟ ଶବ୍ଦ
ନା ନିଆରା ଢଙ୍ଗରେ ପାଳିବି,
ଏଥର ଦିଓ୍ବାଲି
ଚାଇନା ଲାଇଟ୍
ନା ଦୀପରେ ଆଲୁଅ ଜାଳିବି,
ଏଥର ଦିଓ୍ବାଲି
ଘର ପୋଡ଼ାପୋଡ଼ି
ନା ପରିଣାମ କଥା ହେଜିବି,
ଆଉ କେତେ ଥର
ଦିଓ୍ବାଲି ନାଆଁରେ
ପରିବେଶ ବେକ ଚିପିବି,
ଏଣିକି ଭାବୁଛି
ସଂସ୍କୃତି ସମ୍ପର୍ଣ୍ଣ
ଦୀପାବଳିଟିଏ ପାଳିବି ।
ଓଷକଣା - ନାଉଗାଁ - ଜଗତସିଂହପୁର
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।