ବସନ୍ତ କୁମାର ପଣ୍ଡା
ଧୃଷ୍ଟପାଦେ ହୁଡ଼ି ଯାଇଥିଲେ ଛାଡି
ଶ୍ମଶାନ ଅନଳ ରଙ୍କ
ବିସର୍ଜି ବିଜୟା ଚିରମୂର୍ଚ୍ଛା କାୟା
ଛୁଇଁଲେ ରଙ୍କୁଣୀ ଅଙ୍କ ll
ଚଞ୍ଚଳ ରସନା ଲେଲିହାନ ବର୍ଣ୍ଣା
ଜନନୀର ସ୍ନେହ କୋଳ-
ସ୍ପର୍ଶରେ କୁମାର କ୍ଲାନ୍ତ କଲେ ଦୂର
ନିଦ୍ରା ହେଲା ଅନୁକୁଳ ll
ତନ୍ଦ୍ରା ବିଭୋରିତ ନେତ୍ର ଉତ୍ସାହିତ
ସ୍ୱପନ ଉତ୍ସବ ଚେତି
ସ୍ୱର୍ଗରୁ ସୁନ୍ଦରୀ ସମ୍ମୁଖେ ଉଭାରୀ
ଢାଳନ୍ତି ମଧୁର ପ୍ରୀତି ll
କୁରଙ୍ଗ ଅଙ୍ଗନା ଉଲ୍ଲୋଳ ନୟନା
ନବୀନ ଲାବଣ୍ୟ ପ୍ରଭା
ସୁଢ଼ଳ ସୁନ୍ଦର ମୁଖ ଚନ୍ଦ୍ରମାର
ରମଣୀୟ ରୂପ ଶୋଭା ll
ପ୍ରୀତିପ୍ଳୁତ ହସ୍ତ ଘନ ଉଲ୍ଲାସିତ
ବରଣ ମାଳାକୁ ନେଇ
ପିନ୍ଧାଇଲା ଗଳେ ବିରହ ବ୍ୟାକୁଳେ
ପ୍ରଣୟ କଳପ ଛୁଇଁ ll
ସିନ୍ଥିରେ ସିନ୍ଦୂର ଲଗାଇ କୁମାର
ବରିଲେ ଆପଣା ପତ୍ନୀ
ଝରାଇ ବ୍ରତତୀ ପତି ପାଦେ ଭକ୍ତି
ଶ୍ରୀମତୀ ସାଜିଲେ ଋଣୀ ll
ମଶାଣି ତୁଳସୀ ଚାହିଁଥିଲେ ବସି
ଜ୍ୟୋତ୍ସ୍ନା ବିଧୌତ ନିଶିଥେ
ଆନନ୍ଦ ପରବେ ଫୁଲ୍ଲିତ ଗୌରବେ
ଆଶିଷ ଢାଳିଲେ ମାଥେ ll
ହୋଇଲା ଶୀତଳ ଚାରୁ ଚିତାନଳ
ଯାମିନୀର ଆଗମନେ
ରମୀୟ ବିମାନ ଚଢ଼ି ବେନି ଜନ
ଉଡି ଗଲେ ସୁଗୋପନେ ll
-0-
ବଇଞ୍ଚା - ଇରମ - ଭଦ୍ରକ
ଜୟ ସାହିତ୍ୟ, ଜୟ ସମାଜ
ଧୃଷ୍ଟପାଦେ ହୁଡ଼ି ଯାଇଥିଲେ ଛାଡି
ଶ୍ମଶାନ ଅନଳ ରଙ୍କ
ବିସର୍ଜି ବିଜୟା ଚିରମୂର୍ଚ୍ଛା କାୟା
ଛୁଇଁଲେ ରଙ୍କୁଣୀ ଅଙ୍କ ll
ଚଞ୍ଚଳ ରସନା ଲେଲିହାନ ବର୍ଣ୍ଣା
ଜନନୀର ସ୍ନେହ କୋଳ-
ସ୍ପର୍ଶରେ କୁମାର କ୍ଲାନ୍ତ କଲେ ଦୂର
ନିଦ୍ରା ହେଲା ଅନୁକୁଳ ll
ତନ୍ଦ୍ରା ବିଭୋରିତ ନେତ୍ର ଉତ୍ସାହିତ
ସ୍ୱପନ ଉତ୍ସବ ଚେତି
ସ୍ୱର୍ଗରୁ ସୁନ୍ଦରୀ ସମ୍ମୁଖେ ଉଭାରୀ
ଢାଳନ୍ତି ମଧୁର ପ୍ରୀତି ll
କୁରଙ୍ଗ ଅଙ୍ଗନା ଉଲ୍ଲୋଳ ନୟନା
ନବୀନ ଲାବଣ୍ୟ ପ୍ରଭା
ସୁଢ଼ଳ ସୁନ୍ଦର ମୁଖ ଚନ୍ଦ୍ରମାର
ରମଣୀୟ ରୂପ ଶୋଭା ll
ପ୍ରୀତିପ୍ଳୁତ ହସ୍ତ ଘନ ଉଲ୍ଲାସିତ
ବରଣ ମାଳାକୁ ନେଇ
ପିନ୍ଧାଇଲା ଗଳେ ବିରହ ବ୍ୟାକୁଳେ
ପ୍ରଣୟ କଳପ ଛୁଇଁ ll
ସିନ୍ଥିରେ ସିନ୍ଦୂର ଲଗାଇ କୁମାର
ବରିଲେ ଆପଣା ପତ୍ନୀ
ଝରାଇ ବ୍ରତତୀ ପତି ପାଦେ ଭକ୍ତି
ଶ୍ରୀମତୀ ସାଜିଲେ ଋଣୀ ll
ମଶାଣି ତୁଳସୀ ଚାହିଁଥିଲେ ବସି
ଜ୍ୟୋତ୍ସ୍ନା ବିଧୌତ ନିଶିଥେ
ଆନନ୍ଦ ପରବେ ଫୁଲ୍ଲିତ ଗୌରବେ
ଆଶିଷ ଢାଳିଲେ ମାଥେ ll
ହୋଇଲା ଶୀତଳ ଚାରୁ ଚିତାନଳ
ଯାମିନୀର ଆଗମନେ
ରମୀୟ ବିମାନ ଚଢ଼ି ବେନି ଜନ
ଉଡି ଗଲେ ସୁଗୋପନେ ll
-0-
ବଇଞ୍ଚା - ଇରମ - ଭଦ୍ରକ
ଜୟ ସାହିତ୍ୟ, ଜୟ ସମାଜ


No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।