5/31/2020

ନାରୀ , ନାରୀ, ନାରୀ

 ସ୍ନିଗ୍ଧା ସାମନ୍ତରାୟ 
ନାରୀ ସୃଷ୍ଟିର ପ୍ରଥମ ଉତ୍ପତ୍ତି
ତା' ବିନା ନାହିଁ ସମାଜର ସ୍ଥିତି
ଯୁଗେ ଯୁଗେ ନାରୀ
ନିଜକୁ ଜଳାଇ
ସଂସାର ବିକାଶ ହୁଏ ତା' ପାଇଁ
କେବେ ଦାସୀ କେବେ ଜାୟା ,ଜନନୀ
ନାରୀ ରୂପେ ସେ ଶକ୍ତି ପ୍ରଦାୟିନୀ
ନାରୀ ଚଞ୍ଚଳା ନୁହେଁ ସେ ଅବଳା
କିନ୍ତୁ ସମାଜର ମେରୁଦଣ୍ଡ ହିଁ ମହିଳା
ନାରୀ ବିନା ନାହିଁ ସଂସାର
ସେ ହିଁ ସୃଷ୍ଟିର ପ୍ରଥମ ଉପହାର
ତା' ଖୁସିରେ ଘର ସ୍ୱର୍ଗପୁର
ତା' ଦୁଃଖେ ସଂସାର ଅନ୍ଧାର
ନାରୀ ସୃଷ୍ଟି, ଶକ୍ତି , ଜଗତର ଶିରୀ
ତ୍ୟାଗ , ଧର୍ଯ୍ୟର ପ୍ରଥମ ଅଧିକାରୀ

ଜନନୀ , ଭାଗନୀ ରୂପେ
ଅଭିନୟ କରି
ଲାଞ୍ଛନା , ଛଳନା ହୃଦୟେ ଧରି
ବିନା ନାରୀରେ ଶୁଷ୍କ ପୁରୁଷ ଜୀବନ
ନାରୀକୁ ସଦା ଦିଅ ସମ୍ମାନ
ନାରୀ ବୁଝିପାରେ ସବୁରି ଅନ୍ତର
ନାହିଁ ଭେଦ ଭାଵ ତା' ପାଖର
ସଂସାର ସମ୍ଭାଳି ଛାତି ତା' ପଥର
ନାରୀ ହିଁ ଅମୃତର ମୂଳାଧାର
ସୃଷ୍ଟି ସର୍ଜନାରେ ନାରୀ ମମତାର ଆଧାର
ତା' ସ୍ନେହ , ତ୍ୟାଗରେ ହସୁଥାଏ ଘର
ଅହଲ୍ୟା , କୁନ୍ତୀ , କୌଶଲ୍ୟା, ସୀତା
ପୁରାଣ ଯୁଗେ ନାରୀ ମହିୟସୀଙ୍କ ନାମ
ରାଣୀ ଲକ୍ଷ୍ମୀବାଈ ବୀରତ୍ୱ କାହାଣୀ1
ଇତିହାସେ ତାଙ୍କ ନାମ ରହିଲା ପୁଣି ।

🌍🌏🔥🔥🔥🌍🌏
ଚୁନଭାଟି  , ଗୋପାଳ ଗାଁ (ବାଲେଶ୍ବର)
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।