5/31/2020

'ମ' ଅକ୍ଷରରୁ ଆରମ୍ଭ 'ସ' ଅକ୍ଷରରେ ଶେଷ

ସନ୍ଦୀପା ମହାପାତ୍ର 
ଅନେକ ଭାବିଲି କ'ଣ ଲେଖିବି
ଶେଷରେ ସିଦ୍ଧାନ୍ତ ନେଲି ...
ଆରମ୍ଭ ମୋର ଲେଖା 'ମ' ଅକ୍ଷରରୁ
 ଶେଷ ହେବ 'ସ' ଅକ୍ଷରରେ .....
ତଥାପି ହୋଇନି ଶେଷ ...
ଯେ' ପର୍ଯ୍ଯନ୍ତ ଏ ମଧୁମୟ ସମ୍ପର୍କ ଆମର
ସେତେଦିନ ପର୍ଯ୍ଯନ୍ତ ଲେଖା ହେଉଥିବ ...
'ମ' ଅକ୍ଷରରୁ ଆରମ୍ଭ 'ସ' ଅକ୍ଷରରେ ଶେଷ .....                         
ସମ୍ପର୍କ ଗଢ଼ିବା ଆଶା ନେଇ
 ଆଗେଇ ଆସିଥିଲି ହାତ ଧରି
ଚାଲିବାକୁ ସାରାଜୀବନ ପାଇଁ ...                           
 ସେଇ ସମ୍ପର୍କରେ ଲାଗିଗଲା କାହା ନଜର .....                           
ସମ୍ପର୍କ ମୋର ରହିଗଲା ଅଧାରେ ...     
ତଥାପି ଯେତେଦିନ
ସମ୍ପର୍କକୁ ନେଇ ବଞ୍ଚିଛି ...                               
'ମ' ଅକ୍ଷରରୁ ଆରମ୍ଭ 'ସ' ଅକ୍ଷରରେ ଶେଷ .....
                     
ରହିବାକୁ ଚାହେଁ ସାରା ଜୀବନ ପାଇଁ
ତୁମ  ବାହୁ ବନ୍ଧନେ ବାନ୍ଧି ହୋଇ 
ସବୁ ଆଶା ସବୁ ଖୁସି ମୋର
ମଉଳି ଯାଉଛି .....
ତଥାପି ବିଶ୍ବାସ ମୋର
ଭଗବାନଙ୍କ ଉପରେ ...
ସେ କରିବେନି ମତେ ନିରାଶ ...                             
'ମ' ଅକ୍ଷରରୁ'  ଆରମ୍ଭ 'ସ' ଅକ୍ଷରରେ ଶେଷ .....
କେନ୍ଦ୍ରାପଡ଼ା 
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।