ରାଜେଶ ମୁଣ୍ଡ
ଅନ୍ଧାରୁଆ ଦିନଟିଏ, ଅପରାହ୍ଣ ଆହତ ଆଲୋକ
ଚଉରାର ଚଉପାଶେ ପାଦଚିହ୍ନ ପଡ଼ିଛି କାହାର ?
ସଞ୍ଜ ଅବା ସାନ୍ଧ୍ୟଭ୍ରମ ବୋଧସମ କେଉଁ ପାପର ?
ସାୟାହ୍ନର ସୀମାନ୍ତରେ ସନ୍ଦିହାନ ସନ୍ତରୀର ସନ୍ତକ ।।
ପଥହରା ପକ୍ଷୀର ଉଡ଼ାଣ, ଫେରିବାରେ ବି ଚଂଚକ
ଓଦା ଓଦା ଦୁଇ ଆଖି ଦିଶେ କ୍ଳାନ୍ତ ଅଜଣା ଅମ୍ବର
ଅଙ୍କାବଙ୍କା ରାସ୍ତା ଭଳି ଅସ୍ତବ୍ୟସ୍ତ ପାପୁଲିର ଗାର
ଅବିରତେ ଗଡୁଅଛି ସମୟର ଅନୁରକ୍ତ ଚକ ।
ଭୋଗ ଅଛି ଭାଗନାହିଁ, ଭାରାକ୍ରାନ୍ତ ଅନ୍ତକରଣରେ
ସ୍ୱାର୍ଥ ସରୋବରେ ସରସର ରକ୍ତଗତ ବିଭୀଷଣ
ସନ୍ଦେହର ହୋମଧୁଆଁ, ସମ୍ପର୍କର ତିଳ ତର୍ପଣ
କପଟୀଙ୍କ କାୟାକଳ୍ପ, ଅସତ୍ୟର ଅନ୍ତିମ କ୍ଷଣରେ ।।
ଆଉ କେତେ ଦିନ, ନିଜ ସହ ନିଜର ଯୁଦ୍ଧ ଚାଲିବ,
ଅନ୍ଧାର ଆବୋରି ନେବ ଅଥବା ଆଲୋକିତ ହେବ ।।
ଜୟ ସାହିତ୍ୟ, ଜୟ ସମାଜ
ଅନ୍ଧାରୁଆ ଦିନଟିଏ, ଅପରାହ୍ଣ ଆହତ ଆଲୋକ
ଚଉରାର ଚଉପାଶେ ପାଦଚିହ୍ନ ପଡ଼ିଛି କାହାର ?
ସଞ୍ଜ ଅବା ସାନ୍ଧ୍ୟଭ୍ରମ ବୋଧସମ କେଉଁ ପାପର ?
ସାୟାହ୍ନର ସୀମାନ୍ତରେ ସନ୍ଦିହାନ ସନ୍ତରୀର ସନ୍ତକ ।।
ପଥହରା ପକ୍ଷୀର ଉଡ଼ାଣ, ଫେରିବାରେ ବି ଚଂଚକ
ଓଦା ଓଦା ଦୁଇ ଆଖି ଦିଶେ କ୍ଳାନ୍ତ ଅଜଣା ଅମ୍ବର
ଅଙ୍କାବଙ୍କା ରାସ୍ତା ଭଳି ଅସ୍ତବ୍ୟସ୍ତ ପାପୁଲିର ଗାର
ଅବିରତେ ଗଡୁଅଛି ସମୟର ଅନୁରକ୍ତ ଚକ ।
ଭୋଗ ଅଛି ଭାଗନାହିଁ, ଭାରାକ୍ରାନ୍ତ ଅନ୍ତକରଣରେ
ସ୍ୱାର୍ଥ ସରୋବରେ ସରସର ରକ୍ତଗତ ବିଭୀଷଣ
ସନ୍ଦେହର ହୋମଧୁଆଁ, ସମ୍ପର୍କର ତିଳ ତର୍ପଣ
କପଟୀଙ୍କ କାୟାକଳ୍ପ, ଅସତ୍ୟର ଅନ୍ତିମ କ୍ଷଣରେ ।।
ଆଉ କେତେ ଦିନ, ନିଜ ସହ ନିଜର ଯୁଦ୍ଧ ଚାଲିବ,
ଅନ୍ଧାର ଆବୋରି ନେବ ଅଥବା ଆଲୋକିତ ହେବ ।।
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।