5/31/2020

ଭୟଙ୍କର କରୋନା

ସଂଯୁକ୍ତା ସାହୁ 
~~~~~~~~~~~~~
କି ରୋଗ ଆସି ବିଶ୍ବେ ପହଞ୍ଚିଲା
କେତେ ଲୋକଙ୍କ ଜୀବନ ନେଲା ।

ନାଆଁ ତାହାର ଘାତକ କରୋନା
ଘରୁ ବାହାରକୁ ଯିବାକୁ ମନା ।

ସମୃଦ୍ଧି ଦେଶ ପରମାଣୁ ଚାଇନା
ନୀତି ନିୟମକୁ ଜମା ମାନେନା  ।

ପୋକ ଜୋକ ସବୁ କଞ୍ଚା ଖାଇଲେ
ସାରା ଜଗତକୁ ଜୀବାଣୁ ଛାଡିଲେ ।

ନିଜ ଗୋଡ଼ରେ ନିଜେ କୁରାଢ଼ୀ ମାରି
ଦୁନିଆ ଯାକକୁ କଲୁ ଏତେ ସରି ।

ଧର୍ମ ଅଧର୍ମକୁ ମାନିଲୁ ନାହିଁ
କି କଲବଲ କିଆଁ କରୁଛୁ ତୁହି ।

ଧନ୍ୟରେ କରୋନା ଆସିଲୁ କାହିଁ
ତୋ ପାଇଁ ଔଷଧ ମିଳୁ ବି ନାହିଁ ।

ଏମିତି ମହାମାରୀ ବ୍ୟାପିଲା
ଅଖ , ଚକ , ସବୁ ବନ୍ଦ ହେଲା ।

କେମିତି ବଞ୍ଚିବ ଜୀବ ଜଗତ
ରକ୍ଷା କର ହେ' ଜଗତରନାଥ ।


🌀🌀🌀🌀🌀🌀🌀
ମାଟିଘର(ଉପସଭାପତି) 
********************
ରାହାମା (ଜଗତସିଂହପୁର)
 ଫୋ- ୭୩୭୭୨୮୭୦୦୮
🌀🌀🌀🌀🌀🌀🌀

ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।