ସ୍ମୃତି ରଞ୍ଜନ ପାତ୍ର

ପୂର୍ଣ୍ଣିମା, ଏକ ମୋହିନୀ ,
ଯିଏ ତା' ଶକ୍ତି ବଳରେ ଅଖଣ୍ଡଳରେ
ବିଛାଇ ଦିଏ ରୌପ୍ଯ ବରଣୀ ପାଟ
ସତେ ଝିଲ୍ମିଲ୍ କରି ଉଠେ ଧରା ,
ଚାନ୍ଦିନୀର ଶ୍ବେତାଲୋକରେ
ଜୀବନ୍ଯାସ ପାଇ ଉଠେ କୁମୁଦିନୀ ;
ଆଉ ଦୋହଲି ଦୋହଲି କହୁଥାଏ
ମୋ' ପ୍ରେମର ମିଥ୍ୟା ଏକ ଗାଥା ।
ପୂର୍ଣ୍ଣିମା ଆସେ,
ସାଙ୍ଗେ ନେଇଆସେ ଅମାପ ଶକ୍ତି
ସେ ଶକ୍ତି ବଳରେ ଅକୂପାରରେ
ଆସେ ଅସଂଖ୍ୟ ଲହରୀ,
ଆଉ ଧୋଇ ଦେଇଯାଏ ସ୍ବର୍ଣ୍ଣାଭ
ବାଲୁକାର ବିସ୍ତୀର୍ଣ୍ଣ ଉପକୂଳକୁ ।
କିନ୍ତୁ,ମୋ' ଜୀବନେ
ଆସୁନି ଆଉ ସେ ଜହ୍ନରାତି,
ଦିଶୁନି ସେ ଶ୍ବେତ ଚନ୍ଦ୍ରମା
ଦିଶୁଛି କେବଳ ମୋ' ପ୍ରିୟା
ଦେଇଥିବା ଧୋକାର ପଦଚିହ୍ନ
ଛାଡି ଯାଇଥିବା ଅଭୂଲା ସ୍ମୃତି ,
କ୍ଷତାକ୍ତ କରିଦେଇଥିବା
ଏ ପାଗଳ ପ୍ରେମିକକୁ , ଯିଏ କି
ତାକୁ ନିଜ ଜୀବନୁ ଅଧିକ ଭଲପାଏ ।
ନ ଆସୁ ମୋ' ଜୀବନେ
ସେ କଳଙ୍କିତ ରାତି,
ଆସୁ କେବେଳ ବିରହର
ଯନ୍ତ୍ରଣା ରାତ୍ରୀ ।
ପୁଣି ମୁଁ କହୁଛି
ମୁଁ ସେ ପୂର୍ଣ୍ଣିମାର କଳଙ୍କିତ
ରାତିର ମୁକସାକ୍ଷୀ......
ବାଲିଘାଟ - ଗୋପାଳପୁର - ପୁରୀ
୭୫୨୦୦୨
୯୩୪୮୯୮୭୦୦୯
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।