5/31/2020

କାହାନ୍ତି ସେ ଗାନ୍ଧୀ ଗୋପବନ୍ଧୁ





କୈଳାସ ଚନ୍ଦ୍ର ପାଢ଼ୀ 

କାଳରାତ୍ରୀର ଗର୍ଭ ଚିରି--
ତୁମେ ଯେଉଁଦିନ ପାଦ ଥାପିଥିଲ
ଭାରତ ମାଟିର ପୁଣ୍ୟବେଦୀରେ
                 ଅୟୂତ ସ୍ବପ୍ନ ଭରି ,
ବଜାଇ ଶଙ୍ଖ ଭେରୀ
ଉନ୍ମାଦେ ଏଇ ମାଟିର ମଣିଷ
ନାଚିଲା ଗାଇଲା ପ୍ରାଣ ପ୍ରଲୁବ୍ଧେ
               ରାଗର ସେ ଆଶାବରୀ ।

ସେଇ ସଂଗୀତ ଏ ମାଟି ଏ ପାଣି
              ପବନେ ତରଙ୍ଗ ତୋଳି ,
ଉଦ୍‌ବୁଦ୍ଧ କଲା ମହାଭାରତୀୟ
              ଚେତନାର ପଦାବଳୀ ।
ସ୍ବାଧୀନତାର ସେ ସ୍ବାଦ
ବଦଳି ଯାଇଛି ସଂଜ୍ଞା ତାହାର
               ଆଜି ଖାଲି ଅବସାଦ ।

ସ୍ବାଧୀନତା ଆଜି କରକବଳିତ
              ମୁଷ୍ଟିମେୟଙ୍କ କ୍ଷମତାରେ ,
ଅଗଷ୍ଟ ପନ୍ଦର ପାଳୁଅଛୁଁ ଆମେ
          ଅଲାଜୁକ ଭାବେ ମିଛଟାରେ ।

ସ୍ବପ୍ନ ହୋଇଛି ଧୂଳିସାତ୍‌
ଚୂଟିଆ ମାନେ ତ ଦିନଟାରେ ଏଠି
           ମାରି ନେଉଛନ୍ତି ବାଜିମାତ୍ ।
ଆଜି ବି ଏଠାରେ ବ୍ରିଟିଶ୍ ଶାସନ
           ନିର୍ଯ୍ୟାତନାର ଶେଷ ନାହିଁ ,
ଶୋଷଣ କର୍ଷଣ ଧର୍ଷଣ ଯେତେ
           ହିସାବ ତାହାର କାହିଁ ?
କାହାନ୍ତି ସେ ଗାନ୍ଧୀ ଗୋପବନ୍ଧୁ
ଦେଶ ପାଇଁ ଯିଏ ଢାଳି ଦେଇଗଲେ
            ଜୀବନର ଶେଷ ରକ୍ତବିନ୍ଦୁ ।
            **************
କୁମାରପୁର (ଭଦ୍ରକ)
==≠===============
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।