କୈଳାସ ଚନ୍ଦ୍ର ପାଢ଼ୀ

କାଳରାତ୍ରୀର ଗର୍ଭ ଚିରି--
ତୁମେ ଯେଉଁଦିନ ପାଦ ଥାପିଥିଲ
ଭାରତ ମାଟିର ପୁଣ୍ୟବେଦୀରେ
ଅୟୂତ ସ୍ବପ୍ନ ଭରି ,
ବଜାଇ ଶଙ୍ଖ ଭେରୀ
ଉନ୍ମାଦେ ଏଇ ମାଟିର ମଣିଷ
ନାଚିଲା ଗାଇଲା ପ୍ରାଣ ପ୍ରଲୁବ୍ଧେ
ରାଗର ସେ ଆଶାବରୀ ।
ସେଇ ସଂଗୀତ ଏ ମାଟି ଏ ପାଣି
ପବନେ ତରଙ୍ଗ ତୋଳି ,
ଉଦ୍ବୁଦ୍ଧ କଲା ମହାଭାରତୀୟ
ଚେତନାର ପଦାବଳୀ ।ସ୍ବାଧୀନତାର ସେ ସ୍ବାଦ
ବଦଳି ଯାଇଛି ସଂଜ୍ଞା ତାହାର
ଆଜି ଖାଲି ଅବସାଦ ।
ସ୍ବାଧୀନତା ଆଜି କରକବଳିତ
ମୁଷ୍ଟିମେୟଙ୍କ କ୍ଷମତାରେ ,
ଅଗଷ୍ଟ ପନ୍ଦର ପାଳୁଅଛୁଁ ଆମେ
ଅଲାଜୁକ ଭାବେ ମିଛଟାରେ ।
ସ୍ବପ୍ନ ହୋଇଛି ଧୂଳିସାତ୍
ଚୂଟିଆ ମାନେ ତ ଦିନଟାରେ ଏଠି
ମାରି ନେଉଛନ୍ତି ବାଜିମାତ୍ ।
ଆଜି ବି ଏଠାରେ ବ୍ରିଟିଶ୍ ଶାସନ
ନିର୍ଯ୍ୟାତନାର ଶେଷ ନାହିଁ ,
ଶୋଷଣ କର୍ଷଣ ଧର୍ଷଣ ଯେତେ
ହିସାବ ତାହାର କାହିଁ ?
କାହାନ୍ତି ସେ ଗାନ୍ଧୀ ଗୋପବନ୍ଧୁ
ଦେଶ ପାଇଁ ଯିଏ ଢାଳି ଦେଇଗଲେ
ଜୀବନର ଶେଷ ରକ୍ତବିନ୍ଦୁ ।
**************
କୁମାରପୁର (ଭଦ୍ରକ)
==≠===============
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।