5/31/2020

📘 ସଂସଦ ମନ୍ଦିର ଗ୍ରନ୍ଥ 📘

ଗଗନ ବିହାରୀ ନାୟକ 
ସଂସଦ ମନ୍ଦିର ମହାଗ୍ରନ୍ଥାବଳୀ
     ଭାରତର ସଂବିଧାନ ।
ଉଣେଇଶ ଅଣଚାଶ ନଭେମ୍ବର
    ଛବିଶ ତାରିଖେ ଜନ୍ମ ॥୦॥

ଧନ୍ଯ ଶିଳ୍ପକାର କଲେ ଉପକାର
      ଏକାଗ୍ରତା ତପୋନିଷ୍ଠ ।
ଏକାନ୍ତେଏକାକୀ ବସି ରଚିଲେ ସେ,
    ବିଶ୍ବ ଇତିହାସେ ଶ୍ରେଷ୍ଠ ॥୧॥


ନିଜଦେଶ ଗ୍ରନ୍ଥ ନିଜେ ଲେଖିବାକୁ
     ବିଶ୍ବକହେ ଧନ୍ଯ ଧନ୍ଯ ।
ରକ୍ଷାକବଚ ସେ ଦେଶ ହିତେ ସଦା
     ଭାରତ ଅନୁଶାସନ ॥୨॥

 ଦି'ବର୍ଷ ଏଗାର ମାସ ଅଠର ଦିନ
     ଦିବସ ରଜନୀ ଲାଗି ।
ଲେଖିଗଲେ ଦେଶର ସଂବିଧାନକୁ
      ସବୁରି ସ୍ବାର୍ଥକୁ ଭାବି ॥୩॥

ଯେଉଁଦେଶେ ଜାତିଗତ ଭେଦାଭାବ
     ସଂପ୍ରଦାୟ ଭାଗ ଭାଗ ।
ଗୋଟିଏ ଗ୍ରନ୍ଥର ମହାମନ୍ତ୍ର ଦିଏ   
    ଶାନ୍ତି ମୈତ୍ରି ପ୍ରୀତି ଭାବ ॥୪॥

ରାଷ୍ଟ୍ରପତି ଆଉ ପ୍ରଧାନ ମନ୍ତ୍ରୀକଂ
      ଅର୍ପଣ କଲେ ହସ୍ତେ ।
ସର୍ଦ୍ଦାର ପଟେଲ ପ୍ରସଂଶିତ କଲେ
    ମୌଲାନା ଉପସ୍ଥିତେ॥୫॥


ଲେଖିଲେ ଦେଶର ମହାନ ଗ୍ରନ୍ଥକୁ
      ବା' ବା'ଆମ୍ବେଦକର ।
ପ୍ରଜ୍ଞାଶୀଳବାନ ପ୍ରବୁଦ୍ଧ ନିପୂଣ
   ସଂବିଧାନ ଶିଳ୍ପକାର ॥୬॥

ଜ୍ଞାନର ପ୍ରତୀକ ହେଲେ ବୋଦ୍ଧି ସତ୍ତ୍ବ
      ସ୍ଥିତପ୍ରଜ୍ଞ ଶୀଳବାନ।
ବିଶ୍ବ ବିଦ୍ଯା ପୀଠେ ପୂଜା ପାଉ ଅଛ
  ତୁମ ପାଇଁ ଦେଶ ଧନ୍ଯ ॥୭॥

ବୁଝିଛି ଏ ଦେଶ ତୁମ ଲେଖନୀର
    ମୂଲ ଯେ ଅତୂଳନୀୟ ।
ସଂବିଧାନ ଦିନ ତୁମକୁ ସ୍ମରଣ
    ତୁମେ ଚିର ବନ୍ଦନୀୟ ॥୮॥
~~~~~~ଽ~~~~~~
ଭୁବନେଶ୍ବର 
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।