5/31/2020

ଅଭିମାନ

ତୃପ୍ତି ରାଣୀ ପାତ୍ର (ଶିକ୍ଷୟିତ୍ରୀ)
ଜୀବନର ଶେଷ ସନ୍ଧ୍ୟା ସମୟରେ
      ଆସେ କେତେ ଅଭିମାନ
ମିଳିନାହିଁ ଖୁସି ସାରା ଜୀବନରେ
       ପାଇ ଅଛି ଅପମାନ         ।

ସରଳତା ମଧ୍ୟେ ଗରଳତା ରଖି
      କର ନାହିଁ ହୀନିମାନ
ଉଚ୍ଚ ମନ ଉଚ୍ଚ  ଅମୃତ ଲଭଇ
     ନୀଚ୍ଚ ହିଁ ବିଷ ସମାନ           ।

 ନାହିଁ ଯଦି କାହିଁ ସୁନ୍ଦର ସୌଭାଗ୍ୟ
        ଜୀବନଟା ହତଭାଗ୍ୟ
ସବୁ ସ୍ଥାନେ ପୁଣି ହୋଇଥାଏ ଯୋଗ୍ୟ
     ଆତ୍ମୀୟ ପାଶେ ଅଯୋଗ୍ୟ      ।

ପଚାରିଛ କେବେ ବିବେକକୁ ନିଜ
     ହୋଇଛ କି ନୀତିବାନ ?
ଆନ ପାଇଁ ହୋଇ ଦରଦୀ ପରାଣ
       ସ୍ୱୟଂ କର ତୁଚ୍ଛ ଜ୍ଞାନ          ।

ନକରି ନିଜର କର୍ମ ସମ୍ପାଦନ
    ଶୁଣାଅ ନିତି ସ୍ଲୋଗାନ
ଆସିଗଲା ପରିଣତର ସମୟ
   ପ୍ରଭୁ ପାଶେ ରଖ  ମନ             ।

ଦୂରେ ଯିବ ହିଂସା ରାଗ ଅଭିମାନ
       ପାଇବ ଯଶ ସମ୍ମାନ
ଦେବ ଦିଆଇବ ଦେଇଥିଲେ ପାଇ
        ଏହା ହିଁ ବଡ କଠିନ ।

🍀🍀🍀🍀🍀🍀🍀🍀     
  ସହଦେବଖୁଣ୍ଟା,ବାଲେଶ୍ବର
      9437533132
🍀🍀🍀🍀🍀🍀🍀🍀

ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।