ତୃପ୍ତି ରାଣୀ ପାତ୍ର (ଶିକ୍ଷୟିତ୍ରୀ)ଜୀବନର ଶେଷ ସନ୍ଧ୍ୟା ସମୟରେ
ଆସେ କେତେ ଅଭିମାନ
ମିଳିନାହିଁ ଖୁସି ସାରା ଜୀବନରେ
ପାଇ ଅଛି ଅପମାନ ।
ସରଳତା ମଧ୍ୟେ ଗରଳତା ରଖି
କର ନାହିଁ ହୀନିମାନ
ଉଚ୍ଚ ମନ ଉଚ୍ଚ ଅମୃତ ଲଭଇ
ନୀଚ୍ଚ ହିଁ ବିଷ ସମାନ ।
ନାହିଁ ଯଦି କାହିଁ ସୁନ୍ଦର ସୌଭାଗ୍ୟ
ଜୀବନଟା ହତଭାଗ୍ୟ
ସବୁ ସ୍ଥାନେ ପୁଣି ହୋଇଥାଏ ଯୋଗ୍ୟ
ଆତ୍ମୀୟ ପାଶେ ଅଯୋଗ୍ୟ ।
ପଚାରିଛ କେବେ ବିବେକକୁ ନିଜ
ହୋଇଛ କି ନୀତିବାନ ?
ଆନ ପାଇଁ ହୋଇ ଦରଦୀ ପରାଣ
ସ୍ୱୟଂ କର ତୁଚ୍ଛ ଜ୍ଞାନ ।
ନକରି ନିଜର କର୍ମ ସମ୍ପାଦନ
ଶୁଣାଅ ନିତି ସ୍ଲୋଗାନ
ଆସିଗଲା ପରିଣତର ସମୟ
ପ୍ରଭୁ ପାଶେ ରଖ ମନ ।
ଦୂରେ ଯିବ ହିଂସା ରାଗ ଅଭିମାନ
ପାଇବ ଯଶ ସମ୍ମାନ
ଦେବ ଦିଆଇବ ଦେଇଥିଲେ ପାଇ
ଏହା ହିଁ ବଡ କଠିନ ।
🍀🍀🍀🍀🍀🍀🍀🍀
ସହଦେବଖୁଣ୍ଟା,ବାଲେଶ୍ବର
9437533132
🍀🍀🍀🍀🍀🍀🍀🍀
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।