ପ୍ରିୟଦର୍ଶିନୀ ମହାନ୍ତି

ଇଣ୍ଟର୍ନେଟ ଯୁଗ ଇଏ,
କାହାକୁ କହିବ କିଏ,
ନେଟ୍ ଭିତରେ ଏଣ୍ଟର କରନ୍ତି...
ମନ ଆନନ୍ଦରେ ସଭିଏଁ,
ତଳ ମୁହାଁ ହୋଇ ବସିଯା'ନ୍ତି ଦେଖ ...
ମୋବାଇଲି ଖଣ୍ଡେ ଥାଏ ।
କରି ହେଲୋ,ହାଏ,ବାଏ,
ଦିନ ରାତି ସରି ଯାଏ,
ଜଣା ପଡେ ନାହିଁ ସମୟର ଗତି...
ହାତେ ଯଦି ସେ ଥାଏ,
ଭୋକ ଶୋଷ କିଛି ହୁଏ ନାହିଁ ଯମା..
ଡାଟା ନ ସରିବା ଯାଏଁ ।
ମୋବାଇଲି ପରା ସିଏ,
ସଭିଙ୍କର ଅତି ପ୍ରିୟେ,
ପୁଅ ଭଳି ତାକୁ କୋଳରେ ଧରିଣ..
ଆଦର ଯତନ ପାଏ,
କେତେ ସେବା ଆଉ କେତେ କେତେ ଆପ୍ ...
ଦିନ ରାତି ଲୋଡ଼ା ହୁଏ।
ଇଣ୍ଟରନେଟ ଯୁଗ ଇଏ ।
ଏସ୍ ଆର୍ ୭ , ଟଙ୍କପାଣି ରୋଡ୍ ୪ ,
ପାଣ୍ଡବନଗର , ଭୁବନେଶ୍ବର - ୭୫୧୦୧୮
୯୩୩୭୫୧୫୮୫୩
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।