5/31/2020

ଫେରିଆସ ବାପୁ



ଜୟଶ୍ରୀ ବାରୀକ 

ବହିରୁ ପଢ଼ିଛି
ଗୁରୁ ଗୁରୁଜନଙ୍କଠୁ ଶୁଣିଛି
ହେଲେ ଦେଖିନି ତୁମକୁ ବାପୁ .....
ମନେ ମନେ ଝୁରୁଛି ...
ଆସନ୍ତନି ବାପୁ ଥରେ
ମୋ' ହୃଦୟ ଖୋଜୁଛି । 

ଲହୁଲୁହାଣ ହୋଇ ବାପୁ ତୁମେ
କରିଥିଲ ଭାରତକୁ ସ୍ବାଧିନ
ଇଂରେଜ ମାନଙ୍କୁ ଦେଶରୁ ହଟେଇ
ଦେଶବାସୀଙ୍କୁ ଦେଇଥିଲ ନୂଆ ଜୀବନ ।

ତୁମ ପାଇଁ ବାପୁ ଦୂର ହେଇଥିଲା
ଉଚ୍ଚ ନୀଚ୍ଚ ଭେଦଭାବ 
ଦୁଃଖୀରଙ୍କୀଙ୍କର ମନୋଭାବ ବୁଝି 
କରୁଥିଲ କଷ୍ଟ ଲାଘବ  ।

ପ୍ରେରଣା ତୁମର ସଦା ରହୁଥିଲା
ସତ୍ଯ ଧର୍ମ ପଥେ ଯିବା ପାଇଁ 
ଗର୍ବ କରୁଥିଲେ ଜନସାଧାରଣ
ତୁମ ପରି ମହାନ୍‌ ଆତ୍ମାଟେ ପାଇ ।

ଆଜି ବାପୁ ତୁମେ କାହିଁ ଚ଼ାଲିଗଲ
ଖୋଜେ ତମକୁ ଏ ମନ ପ୍ରାଣ
ଭାରତ ମାତା ବି ଝୁରୁଛି ତୁମକୁ
ନାହିଁ ବୋଲି ଏକ ଯୋଗ୍ୟ ସନ୍ତାନ  ।

🎿🎿🎿🎿🎿🎿🎿🎿🎿🎿🎿🎿🎿🎿🎿
 ଦେଓଗାଁ , ଆନନ୍ଦପୁର , କେନ୍ଦୁଝର 
 🎿🎿🎿🎿🎿🎿🎿🎿🎿🎿🎿🎿🎿🎿🎿

ଜୟ ସାହିତ୍ଯ , ଜୟ ସମାଜ 

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।