ରଶ୍ମିତା ଜେନା (ଶିକ୍ଷୟିତ୍ରୀ)
କଲମ ତୋ' କଥା କାହାଣୀ କେତେ ଲୋ
କାଳ କାଳ କ୍ରାନ୍ତିକାରୀ
କବି ଲେଖେ କାବ୍ୟ ଧଳା କାଗଜରେ
ଭରି ଶବ୍ଦର ଚାତୁରୀ ll
ତରବାରୀର ସେ ଶାଣିତ ଶକ୍ତିଠୁ
ଅଟୁ ମହା ଶକ୍ତିମାନ
ଭାଗ୍ୟ ଜାତକ ଲେଖା ଜ୍ୟୋତିଷଟେ
ବଦଳାଇ ଦେଉ ଜୀବନ ll
ବିଜ୍ଞ ପ୍ରଜ୍ଞାସୁ ଙ୍କ କର୍ମ ସଂସ୍ଥାନ ର
ତୁହି ଏକୋଇ ଠିକଣା
ଜନ୍ମ ମୃତ୍ୟୁ ପାପ ସନ୍ତାପ ମୁକ୍ତିର
ତୁହି ଲୋ ମୋକ୍ଷ ଅଗଣା ll
ସମ୍ପର୍କର ଫର୍ଦ୍ଧ ବନ୍ଧୁତାର ଚିଠି
ତୋ' କମନୀୟ ଛୁଆଁ
ସମ୍ବନ୍ଧ ଭାବର ଲିଖିତ ଆଶା ତୁ
ଆବେଗର ନୂଆ ନାଆଁ ll
ଜ୍ଞାନୀ ମାନି ଗୁଣୀ ବିନ୍ଧାଣିର ସୃଷ୍ଟି
ତୋହରି ଶକ୍ତି ପରଶେ
ଭାଗ୍ୟ ଭବିଷ୍ୟତ ବଦଳାଇ ଦେଉ
ତୋ' ବର୍ଣ୍ଣ ଆଭା ହରଷେ ll
ଆତଙ୍କି ଦୋଷୀଙ୍କ ଲଲାଟରେ ଲେଖୁ
ଶେଷ ଆୟୁଷ ର ଗାର
ବାଦ ବିବାଦର ସମାଧାନ ସୂତ୍ର
ସବୁଠି ଲୋ ତୋ' ଆଦର ll
ଯୁଗଯୁଗ ପାଇଁ ତୋ' ଶକ୍ତି ଠାରୁ
ବଡ଼ ଶକ୍ତି କିଛି ନାହିଁ
କଲମ ଶକ୍ତିରେ ସମାଜ ସଂସ୍କାରି
ଏଇ ପଣ ଥାଉ ରହି ll
🖊🖊🖊🖊🖊🖊🖊🖊🖊
ନୟାପଲ୍ଲୀ -ଭୁବନେଶ୍ବର
🖊🖊🖊🖊🖊🖊🖊🖊🖊
ଜୟ ସାହିତ୍ୟ, ଜୟ ସମାଜ


No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।