ଡ. ତନୁଶ୍ରୀ ପତ୍ରୀ
ଜୀବନଟା ନୁହେଁ ଭାଗ୍ୟର ଭଜନଜୀବନ ସୁଫଳ କର୍ମର କର୍ଷଣ ।
ଭାବେ ନାହିଁ ଯିଏ ସୁକର୍ମର ଫଳ
ଜୀବନ ତା ପାଇଁ ଦୁଃଖ ଦାବାନଳ ।
ସମାଜ ସମ୍ୱନ୍ଧ ଜୀବନର ଅଂଶ
ବସାଇଲେ ଭାଗ ମିଳେ ମହାଯଶ ।
ସମ୍ପର୍କ ସାଜିବ ଜୀବନର ଯାଗ
ଯନ୍ତ୍ରଣା ମାଗିବ ଆହୁତିର ଭାଗ ।
ସଙ୍କଟ ଯେତେ ହେଁ ହୋଇଲେ ବିରାଟ
ସମାଧାନ ଅଛି ସତ୍ୟ ଏ ନିରାଟ ।
ମନରେ ରଖିଥା' ଅଟଳ ବିଶ୍ୱାସ
ଜୀବନରେ ଏକା ସାଥି ତୋ' ନିଃଶ୍ୱାସ ।
ଆତ୍ମବିଶ୍ୱାସକୁ ନକଲେ ଆୟତ୍ତ
ମନୋଭାବ ହେବ ନିଶ୍ଚେ ବିଚଳିତ ।
ନିଜର ପୌରୁଷ ତୋର ମୂଳଧନ
ସେଇ ଧନେ ଧନୀ ହେବୁରେ ତୁ ଧନ ।
ଯତନ କରିଲେ ଆପଣା କର୍ମକୁ
ପାରିବୁରେ ଜିତି ବିଷମ ମୋହକୁ ।
କର୍ମକୁ ବରିବୁ କରି ତୋର ଧର୍ମ
ସକଳ ସଙ୍କଟ ହେବ ତୋ' ମୋଚନ ।
ଜୀବନର ସୁଖ କେମିତି ମିଳିବ
ସୁକର୍ମରେ ଯଦି ମନ ନ ରହିବ ।
ଅକର୍ମେ ବିକୃତି ହୋଇବ ଜନମ
ଅକାରଣେ ଆସେ କରାଳ ମରଣ ।
କର୍ମକୁ ନିଜର ଅବାଟରେ ନେଲେ
ବିକାର ଆସଇ ମନେ ସବୁବେଳେ ।
ମନରେ ସଂଶୟ ଯେବେ ତୋ' ଆସଇ
କର୍ମଟି ଯାଇଛି ବାଟବଣା ହୋଇ ।
କର୍ମ ମର୍ମ ଶୁଦ୍ଧ ଆଗେ ତୋର ହେଉ
ମନର ବାସନା ଆତ୍ମାକୁ ନଛୁଉଁ ।
କର୍ମ ତୋର ଯୋଡ଼ି ଚିନ୍ତନ ସହିତ
ସଦଚିନ୍ତା ସଙ୍ଗେ ଭାବନା ମହତ ।
ଅକର୍ମ କହିବା ସେହି କର୍ମପନ୍ଥା
ଯାହାର ଉତ୍ପତ୍ତି ନୁହେଁ ସଦଚିନ୍ତା ।
ଦୁଷ୍ଟାମୀ ଦୁଷ୍କର୍ମ ଅହଙ୍କାର ତେଜି
ସୁକର୍ମ ସଂସ୍କାରେ ରହିଥିବୁ ମଜ୍ଜି ।
କର୍ମବୀର ପାଇଁ ଯେବେ କରୁ ମନ
ସେବା ପୁଣ୍ୟ ପାଇଁ ସ୍ଥିର କର ତନ ।
ଭାଗ୍ୟକୁ ଆଦରି ପଡି ରହିଗଲେ
ଆଳସ୍ୟ ନିଦ୍ରାର ଶିକାର ହୋଇଲେ ।
କର୍ମ ବିନା କେବେ ଗୀତା ଭାଗବତ
ଲାଗିବନି ବାବୁ କେବେ ହେଲେ ସତ !
ସେବା ଧର୍ମ ନିଶ୍ଚେ କରିବାକୁ ହେବ
ସୁଚିନ୍ତା ସୁକର୍ମେ ଅର୍ଜିବାକୁ ହେବ
ନିଜ ସ୍ୱାର୍ଥ ତ୍ୟାଗି ବୋଲାଇବୁ ତ୍ୟାଗୀ
ସମୂହ ସ୍ୱାର୍ଥରେ ହୋଇଥିବୁ ଯୋଗୀ ।
କର୍ମରେ ମର୍ମରେ ରହିଲେ ସମାନ
ଜାଣିଥା' ସବୁଠି ପାଇବୁ ସମ୍ମାନ ।
କର୍ମବୀର ଯଦି ହେବା ପାଇଁ ଇଚ୍ଛା
ପ୍ରତିଦାନ କର ନିଜ ମନ ବାଞ୍ଛା ।
କର୍ମକୁ ସାଧିବୁ କର୍ମର ଆୟତ୍ତେ ।
କର୍ମବୀର ହେବୁ ବାବୁ ଏ ଜଗତେ ।
ବିକାର ଆସଇ ମନେ ସବୁବେଳେ ।
ମନରେ ସଂଶୟ ଯେବେ ତୋ' ଆସଇ
କର୍ମଟି ଯାଇଛି ବାଟବଣା ହୋଇ ।
କର୍ମ ମର୍ମ ଶୁଦ୍ଧ ଆଗେ ତୋର ହେଉ
ମନର ବାସନା ଆତ୍ମାକୁ ନଛୁଉଁ ।
କର୍ମ ତୋର ଯୋଡ଼ି ଚିନ୍ତନ ସହିତ
ସଦଚିନ୍ତା ସଙ୍ଗେ ଭାବନା ମହତ ।
ଅକର୍ମ କହିବା ସେହି କର୍ମପନ୍ଥା
ଯାହାର ଉତ୍ପତ୍ତି ନୁହେଁ ସଦଚିନ୍ତା ।
ଦୁଷ୍ଟାମୀ ଦୁଷ୍କର୍ମ ଅହଙ୍କାର ତେଜି
ସୁକର୍ମ ସଂସ୍କାରେ ରହିଥିବୁ ମଜ୍ଜି ।
କର୍ମବୀର ପାଇଁ ଯେବେ କରୁ ମନ
ସେବା ପୁଣ୍ୟ ପାଇଁ ସ୍ଥିର କର ତନ ।
ଭାଗ୍ୟକୁ ଆଦରି ପଡି ରହିଗଲେ
ଆଳସ୍ୟ ନିଦ୍ରାର ଶିକାର ହୋଇଲେ ।
କର୍ମ ବିନା କେବେ ଗୀତା ଭାଗବତ
ଲାଗିବନି ବାବୁ କେବେ ହେଲେ ସତ !
ସେବା ଧର୍ମ ନିଶ୍ଚେ କରିବାକୁ ହେବ
ସୁଚିନ୍ତା ସୁକର୍ମେ ଅର୍ଜିବାକୁ ହେବ
ନିଜ ସ୍ୱାର୍ଥ ତ୍ୟାଗି ବୋଲାଇବୁ ତ୍ୟାଗୀ
ସମୂହ ସ୍ୱାର୍ଥରେ ହୋଇଥିବୁ ଯୋଗୀ ।
କର୍ମରେ ମର୍ମରେ ରହିଲେ ସମାନ
ଜାଣିଥା' ସବୁଠି ପାଇବୁ ସମ୍ମାନ ।
କର୍ମବୀର ଯଦି ହେବା ପାଇଁ ଇଚ୍ଛା
ପ୍ରତିଦାନ କର ନିଜ ମନ ବାଞ୍ଛା ।
କର୍ମକୁ ସାଧିବୁ କର୍ମର ଆୟତ୍ତେ ।
କର୍ମବୀର ହେବୁ ବାବୁ ଏ ଜଗତେ ।
Gold 51
Vatica GreenCity
Dimna Road
Jamshedpur
Jharkhand
Pin 831012
ph.- 8434000295
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।