4/30/2021

ଏକପାଖି ସୂତା

ପ୍ରସାଦିନୀ ଶ୍ରୀଚନ୍ଦନ 

ମଣିବନ୍ଧ ସିନା ଗଣି ପାରିନାହିଁ
ମାନ ଅଭିମାନ କାହାଣୀ କଥା
ଲଲାଟରେ ଲେଖା ଗହନ ଗପର ପ୍ରଚ୍ଛଦ ପଟରେ
ଭାଗ୍ୟ ଲେଖନୀର ତୁ ବ୍ୟବହର୍ତ୍ତା ।

ପାପୁଲିରେ ଭରା ପାପୁଲିଏ ରେଖା
ପ୍ରିୟ ପରିଜନ ବଂଧୁ ଆତ୍ମୀୟତା
ତଥାପି ତୋ ବାଟ ଅନେଇ ବସିଛି
ଅଭାବ ରେ ଭାବ କାଳେ ଯୋଡ଼ିଯିବ
ଗହ୍ମାପୂନେଇଁର ମୋ' ଚାଖଣ୍ଡେ ସୂତା ।

ଅନେକ ଗଣ୍ଠିର ଗହିରା ଗୁମର
ବାନ୍ଧିରଖେ ଏଇ ରାକ୍ଷୀ
ତୁ ହଁ କରିଦେଲେ ମୋ ସାରା ସମ୍ପତ୍ତି
ତୋ ନାଆଁରେ ଦେବି ଲେଖି ।

ଯେଦିନୁ କିଳିଲୁ କବାଟ କାଳିଆ
ଧରି ବୁଲୁଛି ମୁଁ ଏକପାଖି ସୂତା କ୍ଷିଅ
ଲିଭିବା ପୂର୍ବରୁ ଜୀବନ ସଳିତା
ଟାଣି ଧରିବୁକି ଆରପାଖ ସୂତା
ଗଣ୍ଠଟିଏ ଖାଲି ପକେଇ ଦେବିରେ
ତୁ ବୁଝ୍ କି ନ ବୁଝ୍ ସଂପର୍କର ମୋହ
ସାରା ସଂସାରକୁ ବୁଝାଇ ଦେବି ମୁଁ
ତୁ ତ ଗୋଟେ ଦାରୁ ଦିଅଁ 
ସେଇ ଯୋଉଦିନୁ ଧରି ବୁଲୁଛି ମୁଁ
ଗୋଟେ ଏକପାଖି ସୂତା ଖିଅ ।

ସାଇକାନ୍ତି ଆପାର୍ଟ୍‌ମେଣ୍ଟ୍‌
ଲକ୍ଷ୍ମୀସାଗର - ଭୁବନେଶ୍ୱର 
           ୭୫୧୦୦୬
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।